ବିକ୍ରି ନହୋଇପାରି ଖଳାରେ ପଡ଼ିଛି ଧାନ

ଭଦ୍ରକରେ ଚାଷୀଙ୍କ ବିକ୍ଷୋଭ

ଭଦ୍ରକ:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ସୋସାଇଟ୍ ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି। ସୋସାଇଟିରେ ଧାନ ଦେବା ପାଇଁ ୩୮୩ ଚାଷୀ ଅନ୍‌ଲାଇନ୍‌ ପଞ୍ଜୀକରଣ କରିଥିଲେ। ସରକାର ୨୭ ହଜାର ୫୦୦ କ୍ୱିଣ୍ଟାଲ୍ ଧାନ କିଣିବା କଥା, ହେଲେ ୧୯୦ ଚାଷୀଙ୍କଠାରୁ ମାତ୍ର ୭ହଜାର ୫୦୦କ୍ୱିଣ୍ଟାଲ୍‌ ଧାନ କିଣା ହୋଇଛି। ଏବେ ସୋସାଇଟିରେ ନା ଟୋକନ୍ ମିଳୁଛି ନା ଧାନ ବିକ୍ରି ହୋଇପାରୁଛି।

ଖଳା ଓ ଘରେ ଧାନ ଗଦା ହୋଇ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ। ମିଲର ଓ ସମ୍ପାଦକଙ୍କ ସଲାସୁତୁରାରେ ବାହାରୁ ଧାନ କିଣାଯାଉଥିବା ବେଳେ ଚାଷୀଙ୍କଠାରୁ ଧାନ କିଣାଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀମାନେ ଧାରଣା ଦେଇଛନ୍ତି।

ଧାର୍ କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ହେଲେ ଚାଷୀଙ୍କ ଧାନ କିଣା ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ।

You might also like