• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ରବି ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମେ ପହିଲାରୁ ରବି ଧାନ ବିକିବେ ଚାଷୀ। ସେଥିପାଇଁ ଜାରି ହୋଇଛି ଚାଷୀ ପଞ୍ଜୀକରଣ ଗାଇଡଲାଇନ୍ସ। ହେଲେ ଭାଗଚାଷୀଙ୍କ ଲାଗି ଖରିଫ ଧାନ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ରବି ବେଳକୁ ବଦଳିଯାଇଥିବା ନେଇ ସୂଚନା ରହିଛି। ରବିରେ ଭାଗଚାଷୀ ଧାନ ବିକ୍ରି ପାଇଁ ଜମି ମାଲିକଙ୍କଠୁ ସମ୍ମତି ପତ୍ର ଆଣିବାକୁ ହେବ। ଏଥିପାଇଁ ଜମି ମାଲିକଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର କାର୍ଡର କପି ଦାଖଲ କରିବାକୁ ହେବ ା

କେବଳ ଏତିକି ନୁହେଁ, ବରଂ ଏହାବାଦ ପଞ୍ଜିକରଣ ପାଇଁ ଆଉ କୌଣସି ବିକଳ୍ପ ନଥିବା ଜଣାପଡ଼ିଛି। ଗତକାଲି ରବି ଧାନ ସଂଗ୍ରହ ନେଇ ସମସ୍ତ ଜିଳ୍ଲାପାଳଙ୍କୁ ଖାଦ୍ୟ ଯୋଗାଣ ବିଭାଗ ଲେଖିଥିବା ଚିଠିରେ ଏହା ଉଲ୍ଲେଖ ରହିଛି। ତାସହ ଏକ ମଡେଲ୍ ଫର୍ମ ବି ଜାରି ହୋଇଛିା ତେବେ ଖରିଫରେ ନିୟମ ଥିଲା ଭିନ୍ନ ଆଉ ଏଠି ରହିଛି ଭିନ୍ନ। ଭାଗଚାଷୀ ଖରିଫରେ ଧାନ ବିକ୍ରି ପାଇଁ ଜମି ମାଲିକଙ୍କ ସମ୍ମତି ପତ୍ର ନଚେତ୍ ସରପଞ୍ଚଙ୍କ ସାର୍ଟିଫିକେଟ ଆବଶ୍ୟକ ଥିଲା। ନଚେତ୍ ତହସିଲଦାର କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ଯାଞ୍ଚ ପରେ ଚାଷୀ ପଞ୍ଜୀକରଣ କରି ଧାନ ବିକ୍ରି କରିପାରୁଥିଲେ।

ତେବେ ଏହାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ସେ କହିଛନ୍ତି ଯେ, ଏମିତି ବ୍ୟବସ୍ଥା ହେଲେ ଭାଗଚାଷୀ ଆଉ ଧାନ ବିକ୍ରି କରିପାରିବ ନାହିଁ। ଏମିତି ଆଇନ ଦୁର୍ଭାଗ୍ୟଜନକ ଓ ଏହାକୁ ଆମେ  ସମ୍ପୂର୍ଣ୍ଣ ବିରୋଧ କରୁଛୁ ବୋଲି ସନ୍ତୋଷ କହିଛନ୍ତି।

ସେପଟେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ଭାଗଚାଷୀ କିଏ ଏମାନେ ଏ ପର୍ଯ୍ୟନ୍ତ ତାହାର ନିରୂପଣ କରିପାରିଲେ ନାହିଁ। ଯିଏ ଯେଉଁ ମାଲିକଙ୍କ ଜମି ଚାଷ କରନ୍ତି ସେମାନେ ତାଙ୍କ ନାଁ ରେ ଥିବା ପଟ୍ଟାରେ ହିଁ ଅନଲାଇନ କରନ୍ତି।

ଆଉ ବିରୋଧୀଙ୍କ ପ୍ରତିକ୍ରିୟାରେ ଜବାବ ରଖିଛି ବିଜେଡି। ଦଳୀୟ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ଭାଗଚାଷୀ ବୋଲି ପ୍ରମାଣ କେମିତି ହେବ? ଲିଖିତ ଭାବରେ ଲେଖା ମିଳିଲେ ସିନା ପ୍ରମାଣ ହେବ କିଏ ଭାଗ ଚାଷୀ?

ଖରିଫରେ ଭାଗଚାଷୀଙ୍କ ପାଇଁ ଚାରି ଚାରିଟି ବିକଳ୍ପ ବ୍ୟବସ୍ଥା ଥିବାବେଳେ ରବିରେ କାହିଁକି ଏକମାତ୍ର ବିକଳ୍ପ? ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ବର୍ଷିଥିବାବେଳେ ଜବାବ ରଖିଛି ବିଜେଡି। ରାଜ୍ୟରେ ଏଯାଏଁ ଭାଗ ଚାଷୀ ଆଇନ ନାହିଁ। ବିଭିନ୍ନ ସମୟରେ ଆଇନ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଥିଲେ ବି ଯୋଜନା ନାଲିଫିତା ତଳେ ରହିଛି। ପରିଣାମ ସ୍ୱରୂପ, ଅନେକ ସମୟରେ ସହାୟତାରୁ ବି ବଞ୍ଚିତ ହେଉଛନ୍ତି ଭାଗଚାଷୀ। ଏପରିକି ଜମି ମାଲିକଙ୍କ ମନରେ ବି ଭୟ ରହୁଛି।

ବରଗଡ଼ରୁ ଦୀପକ ଶର୍ମା, କୁଚିଣ୍ଡାରୁ ଦେବେନ୍ଦ୍ର ବେହେରାଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

Farmer-tenson-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories