ଋଣ ବୋଝ ଓ ଫସଲ ନଷ୍ଟ ପାଇଁ ଚାଷୀଙ୍କ ଆତ୍ମହତ୍ୟା

 କଟକ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଶୀତ ଋତୁରେ ପନିପରିବା ଚାଷରେ କ୍ଷତି ସହ ହାତ ଉଧାରି ଋଣ ଶୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି।

ମୃତ ଚାଷୀ ହେଉଛନ୍ତି ଡମପଡ଼ା ବ୍ଲକ କୁସୁପଙ୍ଗି ଗାଁର ଚୈତନ୍ୟ ପରିଡ଼ା। ଗତ ୨୧ତାରିଖରେ ସେ କୀଟନାଶକ ପିଇଥିଲେ। ପ୍ରଥମେ ତାଙ୍କୁ ବାଙ୍କୀ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ପରେ ବଡ଼ ମେଡ଼ିକାଲରୁ ଆଣି ପରିବାର ଲୋକେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସା କରାଉଥିଲେ।

ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରିବାରୁ ପରିବାର ଲୋକେ ତାଙ୍କୁ ଘରକୁ ଆଣିଥିଲେ। ହେଲେ ପୁଣି ଅବସ୍ଥା ବିଗିଡ଼ିବାରୁ ଚୌତନ୍ୟଙ୍କୁ ବାଙ୍କୀ ଉପଖଣ୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ଏନେଇ ପରିବାର ଲୋକେ ଆତ୍ମହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ  ବାଙ୍କୀ ପୁଲିସ ଶବକୁ ପୋଷ୍ଟ ମର୍ଟମ ଲାଗି ପଠାଇଛି। ସେପଟେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like