• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ସୁମନ୍ତ ବେହେରା। ଋଣଭାର ଚାପରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।

ସୁମନ୍ତ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ବର୍ଷା ଅଭାବରୁ ଚାଷ  ନଷ୍ଟ ହୋଇଯିବାରୁ ସେ ମାନସିକ ବିଷାଦରେ ଥିଲେ। ଆଜି ସକାଳୁ ବିଲକୁ ତଳି ଦେଖିବାକୁ ଯାଇଥିଲେ ସୁମନ୍ତ। ହେଲେ ବିଲରେ ତଳିର ଅବସ୍ଥା ଦେଖି ଆହୁରି ହତାଶ ହୋଇପଡ଼ିଥିଲେ। ଘରକୁ ଆସି କୀଟନାଶକ ପିଇ ଦେଇଥିଲେ ସୁମନ୍ତ।

ପରିବାର ଲୋକେ ଜାଣିବା ପରେ ସାଙ୍ଗେ ସାଙ୍ଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସୁମନ୍ତଙ୍କ ଜୀବନ ବଂଚିପାରିନଥିଲା। ଚାନ୍ଦିପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପାଇଁ କୌଣସି ସରକାରୀ ଅଧିକାରୀ ଏଯାଏ ଆସି ନାହାନ୍ତି।

Farmer-suicide-in-balasore
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories