ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ଫସଲ ହାନି ଆଶଙ୍କାରେ ବିଷ ପିଇଥିବା ମୃତକଙ୍କ ବାପାଙ୍କ ଅଭିଯୋଗ

ବରଗଡ଼ ( ଦୀପକ ଶର୍ମା) : ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଗତ ରାତିରେ ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ ବିଷ ପିଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ମେଡିକାଲରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ଚିନ୍ତାରେ ଥିଲେ ବୈଷ୍ଣବ।  ଫସଲ ହାନି ଆଶଙ୍କାରେ ସେ ବିଷ ପିଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ବରଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି।

You might also like