ଧାନ ମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଧାରଣା

 ମାଲକାନଗିରି : ମଣ୍ଡିରେ ଧାନ କିଣା ଯାଉନଥିବାରୁ ମାଲକାନଗିରିରେ ତାତିଲେ ଚାଷୀ। ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ମେଳି କରିଛନ୍ତି। ଧାନମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଥିଲେ। ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିରହିଛି।

ଚାଷୀଙ୍କ ସହ ଧାରଣାରେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ବି ସାମିଲ ହୋଇଛନ୍ତି। ତେବେ ପ୍ରଶାସନର ଧାନ କିଣା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି।

You might also like