ବରଗଡ଼ରେ ବିଶାଳ ଚାଷୀ ସମାବେଶ

ବରଗଡ଼: ୫ ଦଫା ଦାବି ନେଇ ଆଜି ବରଗଡ଼ରେ ବିରାଟ ଚାଷୀ ସମାବେଶ ହୋଇଛି। ବରଗଡ଼ ଜିଲ୍ଲା ଚାଷୀ ସମନ୍ୱୟ ସମିତି ପକ୍ଷରୁ ଏହି ସମାବେଶ ଅନୁଷ୍ଠିତ ହୋଇଛି। ଚାଷୀ ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସଂଖ୍ୟାରେ ଚାଷୀଙ୍କ ସମାଗମ ହୋଇଛି।

ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଚାଷୀମାନେ ଏକତ୍ରିତ ହେବା ପରେ ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଛନ୍ତି।

ଶୋଭାଯାତ୍ରା ସହର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦାବିପତ୍ର ପ୍ରଦାନ କରିବେ। କୃଷି ଋଣଛାଡ଼, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପ୍ରଦାନ, ଚାଷୀ ସୁରକ୍ଷା ଭତ୍ତା, ବୋନସ  ପ୍ରଦାନ ସହ ଅନ୍ୟ ସମସ୍ୟା ସମାଧାନ ଦାବି କରିଛନ୍ତି।

 

You might also like