ବିଭିନ୍ନ ଦାବି ନେଇ ଚାଷୀଙ୍କ ପଦଯାତ୍ରା

କଳାହାଣ୍ଡି: ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀମାନେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶହ ଶହ ଚାଷୀ ଏକାଠି ହୋଇ ପଦଯାତ୍ରାରେ ପ୍ରାୟ ୨୫ କିଲୋମିଟର ରାସ୍ତା ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବେ। ଏଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିଥିବାରୁ ଗତବର୍ଷର କୃଷି ବୀମା ଟଙ୍କା ପ୍ରଦାନ କରିବାକୁ ଚାଷୀ ଦାବି କରୁଛନ୍ତି।

You might also like