ଶସ୍ୟ ବୀମା ପ୍ରଦାନ ବିଳମ୍ବ ନେଇ ପ୍ରତିବାଦ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ପଦ୍ମପୁର ( ସୋମେଶ ମହାନ୍ତି) : ଶସ୍ୟ ବୀମା ପ୍ରଦାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ସଂଖ୍ୟାରେ ଚାଷୀ।

ରାଜବୋଡାସମ୍ବର କୃଷକ ସଂଘଠନର ଡାକରାରେ ପଦ୍ମପୁର, ପାଇକଲମା, ଝାରବନ୍ଧ ଓ ଗାଇସିଲଟ ବ୍ଲକ୍‌ର ଚାଷୀ ଆସି ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି।  କୃଷକଙ୍କୁ ଶସ୍ୟ ବୀମା ପ୍ରଦାନ, ବୀମା ପ୍ରଦାନରେ ବିଳମ୍ବ, ହକ୍‌ ପ୍ରାପ୍ୟରୁ ୫୦ ପ୍ରତିଶତ ଅର୍ଥ କାଟିବା, କ୍ରପ୍‌ କଟିଂ ରିପୋର୍ଟ ଆଧାରରେ ତାଲିକାରେ ଚାଷୀଙ୍କ ନାଁ ସ୍ଥାନ ନପାଇବା ସହ ବୀମା କମ୍ପାନୀ ତରଫରୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଚାଷୀଙ୍କୁ ଖରିଫ ଋତୁରେ ଶସ୍ୟବୀମା ପ୍ରଦାନ ଦାବିରେ ବିଳମ୍ବ ସହ ଅନ୍ୟାନ୍ୟ ସହୟତା ପ୍ରଦାନ ଦାବି କରି ଆନ୍ଦୋଳନରେ ବସିଛନ୍ତି ଚାଷୀ।

You might also like