ତିତ୍‌ଲିକୁ ୨ ମାସ ପୂରିଲା, ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଗଜପତି: ବାତ୍ୟା ତିତ୍‌ଲିକୁ ୨ ମାସରୁ ଅଧିକ ସମୟ ପୂରିଲାଣି, ହେଲେ ଗଜପତି ଜିଲ୍ଲାର ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ଆର ଉଦୟଗିରିର ଅଗ୍ରଣୀ ଚାଷୀ ଜଗନ୍ନାଥ ଦଳେଇ।

ତିତ୍‌ଲି ବାତ୍ୟା ଓ ବନ୍ୟାରେ ତାଙ୍କର ଲକ୍ଷାଧିକ ଟଙ୍କାର ଛତୁଚାଷ ସମେତ ପରିବା ଚାଷ ଉଜୁଡ଼ି ଯାଇଥିଲା। ହେଲେ ବାତ୍ୟା ପରେ କ୍ଷୟକ୍ଷତିର ଆକଳନ ଲାଗି ତାଙ୍କ ନିକଟକୁ କେହି ଆସିନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମସ୍ତ ରିପୋର୍ଟ ଜିଲ୍ଲା ଉଦ୍ୟାନ କୃଷି ବିଭାଗକୁ ହସ୍ତାନ୍ତର କରିଥିବା ଆର ଉଦୟଗିରି ହର୍ଟିକଲଚର୍ ଅଫିସର୍ କହିଛନ୍ତି।

ପ୍ରକାଶ ଥାଉକି, ପୂର୍ବରୁ ଜଣେ ସଫଳ ଚାଷୀ ଭାବେ ଜଗନ୍ନାଥଙ୍କୁ ସରକାର ପୁରସ୍କୃତ କରିଥିଲେ।

You might also like