• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : କୃଷି ଋଣ ଛାଡ଼ ନେଇ ମୋଦି ସରକାର ବିରୋଧରେ ରାହୁଲଙ୍କ ଗର୍ଜନ। ଏପଟେ ରାଜ୍ୟରେ ବି ଜୋର୍ ଧରିଲାଣି ସମାନ ଦାବି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଉପରେ ବଢୁଛି ଚାପ।

ବିରୋଧୀ କଂଗ୍ରେସ୍ ଓ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଲେ ଋଣ ଛାଡ଼ କରାଯିବ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ବଡ଼ ପ୍ରଶ୍ନ, କଣ ହେବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ? ଯଦି ଋଣ ଛାଡ଼ ପାଇଁ ନିଷ୍ପତ୍ତି ନିଅନ୍ତି ତାହାଲେ ପ୍ରାୟ ୨୬ ହଜାର କୋଟିର ଅତିରିକ୍ତ ଆର୍ଥିକ ବୋଝ ପଡିବ। ଏନେଇ ଅର୍ଥ ବିଭାଗ ଏକ ବିସ୍ତୃତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ଚାଷୀ ସମସ୍ୟା ନେଇ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ବି ଗଠନ କରିଛନ୍ତି। ବଢୁଥିବା ଚାପ ଦୃଷ୍ଟିରୁ ସରକାର ଚାଷୀଙ୍କ ପାଇଁ ବଡ଼ ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି।

ସେପଟେ ଚାଷୀ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି। ଚାଷୀ ସମସ୍ୟା ନେଇ ଆସନ୍ତା ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ବିଜେଡିର ଘୋଷଣା ପରେ ଏହାକୁ କାଉଣ୍ଟର କରିବାକୁ ଯାଇ ସେଇ ଦିନ ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ସଚିବାଳୟ ଓ ନବୀନ ନିବାସ ଘେରାଉ କରିବାକୁ ଘୋଷଣା କରିଛି।

ସେପଟେ ଏମ୍ଏସ୍‌ପି ବୃଦ୍ଧି, ଚାଷୀଙ୍କୁ ବୋନସ୍, କୃଷି ଋଣ ଛାଡ ଦାବିରେ ସେହିଦିନ କଂଗ୍ରେସ ବି ଆନ୍ଦୋଳନକୁ ଓହ୍ଲାଇବ। ଚାଷୀଙ୍କୁ ନେଇ ରାଜନୀତି ଏବେ ଠାରୁ ଯେଭଳି ସରଗରମ ହେଲାଣି ଆସନ୍ତା ନିର୍ବାଚନରେ ଯେ ଚାଷୀ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବ, ତାହା ଏକ ପ୍ରକାର ସ୍ପଷ୍ଟ ହେଲାଣି।

Farmer-loan-pressure-on-state-and-centre
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories