• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତେଲକୋଇ(ଚିନ୍ମୟ କୁମାର ସାହୁ) : ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳର ଶିରିଆବାହାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଆମ୍ବ ବଗିଚାକୁ ଯାଉଥିଲା ବେଳେ ଅଚାନକ୍ ହାତୀ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଛି ।

ସୂଚନା ଅନୁସାରେ ଆଜି ଭୋର ସକାଳୁ ଶିରିଆବାହାଳ ଗ୍ରାମର ଗୌରଚନ୍ଦ୍ର ନାୟକ ସକାଳୁ ଗାଁ ପାଖ ଘାଗିତୈଇଳାରେ ଥିବା ନିଜ ଆମ୍ବ ବଗିଚାକୁ ଯାଉଥିଲେ । ଆମ୍ବ ବଗିଚା ପାଖରେ ପହଞ୍ଚିବା ବେଳକୁ ହଠାତ୍ ତାଙ୍କ ସାମ୍ନାକୁ ଚାଲି ଆସିଥିଲା ଜଙ୍ଗଲୀ ହାତୀ । ହାତୀ ସହ ମୁହାଁମୁହିଁ ହେବାପରେ ଗୌରଙ୍କୁ କଚାଡି ମାରି ଦେଇଥିଲା ହାତୀ ।

ଦିନ ୧୦ ଟା ବେଳକୁ କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗୌରଙ୍କ ରକ୍ତ ଭିଜା ଲୁଙ୍ଗି ପଡ଼ିଥିବା ଦେଖି ପାଖରେ ଖୋଜାଖୋଜି କରିଥିଲେ । ବୁଦା ଉହାଡ଼ରେ ଗୌରଙ୍କ ଶବ ପଡ଼ିଥିବାର ଦେଖିବାକୁ ପାଇଲେ ଏବଂ ବନବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନ ବିଭାଗର କର୍ମଚାରୀ । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ବନ କର୍ମଚାରୀ ।

Farmer-killed-in-elephant-attack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories