ଗୃହରେ ଉଠିଲା ଚାଷୀ ସମସ୍ୟା
ଭୁବନେଶ୍ୱର : ଗୃହର ଶୂନ୍ୟକାଳରେ ଉଠିଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ। ବିରୋଧୀ କଂଗ୍ରେସ ବିଧାୟକ ଆଜି ଏନେଇ ସରକାରଙ୍କୁ ଘେରିଛନ୍ତି। ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ଚଳିତ ବର୍ଷ ଏ ଯାଏ ରାଜ୍ୟରେ ଅଳ୍ପ ବୃଷ୍ଟିପାତ ହୋଇଛି। ଯାହାକୁ ନେଇ ଉତ୍କଟ ସଙ୍କଟ ଦେଖାଦେଲାଣି। ପରିସ୍ଥିତି ଏତେ ଉତ୍କଟ ହୋଇଛି କି ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସରକାର ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସାଲୁଜା।