ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ସୁବର୍ଣ୍ଣପୁର ଜିଳ୍ଲା ବିନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଚକଡା ପୋକରେ ଫସଲ ହାନୀ ଓ ଋଣ ଭାର ଯୋଗୁଁ ସିଂଘିଯୁବା ଗାଁର ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ ଧାନ କାଟୁଥିବା ସମୟରେ ଫସଲ ନଷ୍ଟ ହୋଇଥିବା ଦେଖି ସେ  ଚିନ୍ତାରେ ପଡି ଯାଇଥିଲେ। ହାତ ଉଧାରୀ କରିଥିବା ଋଣ ଓ ବ୍ୟାଙ୍କରୁ ଆଣିଥିବା ଋଣ କିପରି ସୁଝିବେ ସେନେଇ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଚଳିତ ବର୍ଷ ସେ ଗୋଟିଏ ଏକର ନିଜ ଜମି ଓ ଆଉ ଏକ ଏକର ଜମିରେ ଭାଗ ଚାଷ କରିଥିଲେ।

You might also like