ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ
ବଲାଙ୍ଗିର (ମନୋରଂଜନ ଯୋଶୀ) : ବଲାଙ୍ଗିର ସଦର ଥାନା ବରକାନି ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ଜଣକ ହେଲେ ଭକ୍ତବନ୍ଧୁ ଦଣ୍ଡସେନା। ବର୍ଷା ଅଭାବରୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ହତାଶ ହୋଇ ଭକ୍ତବନ୍ଧୁ ବିଷ ପିଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିରରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କୃଷି ଉପନିର୍ଦ୍ଦେଶକ ମୃତକଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।