ଆଷାଢ଼ ଗଲା, ଶ୍ରାବଣ ବି ସରିବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ

ଭୁବନେଶ୍ୱର: ଆଷାଢ଼ ଗଲା, ଶ୍ରାବଣ ବି ସରିବା ସରିବା ହେଲାଣି। ହେଲେ ବର୍ଷାର ଦେଖାନାହିଁ। କାଁ ଭାଁ ଅସରାଏ, ଦିଅସରା ବର୍ଷୁଛି ସିନା ନିୟମିତ ହେଉନି। ଫଳରେ ପଛେଇ ଗଲାଣି ଚାଷକାମ। ଏଣେ କମ୍‌ ବର୍ଷାକୁ ନେଇ ଚାଷୀ ମନରେ ଦ୍ୱନ୍ଦ୍ୱରେ। ରୁଆରୁଇ କରିବା ନା ନାହିଁ। ଆଗକୁ ଯଦି ନ ବରଷେ କଣ ହେବ, ଚାଷୀଙ୍କୁ ସେଇ ଚିନ୍ତା ଘାରିଛି।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଚିତାଲାଗି ଅମାବାସ୍ୟା ବେଳକୁ ରୁଆ, ବେଉଷଣ ସରିବା କଥା। କିନ୍ତୁ  ଜମିରେ ପାଣି ନାହିଁ କିଛି କିଛି ସ୍ଥାନରେ ଜମି ଫାଟି ଆଁ କଲାଣି। ଆଉ କିଛି ଜମିରେ ଗୋରୁଗାଈ ଚରୁଛନ୍ତି। ସେହିଭଳି କେନ୍ଦ୍ରାପଡ଼ା ଆଳି ଅଞ୍ଚଳର କଥା ବି ଜାଣନ୍ତୁ। ପ୍ରଥମେ ପ୍ରଥମେ ବର୍ଷା ହେବା ପରେ ଏଠାକାର ଚାଷୀ ତଳି ରୁଆ ଆରମ୍ଭ କରିଥିଲେ। ତେବେ ବର୍ଷା ଥମିଯିବା ପରେ ଏବେ ହାତବାନ୍ଧି ବସିଛନ୍ତି।

କେବଳ ଉପକୂଳ ନୁହେଁ, ପଶ୍ଚିମ ଓଡ଼ିଶାର ସମେତ ପୂରା ରାଜ୍ୟରେ ସମାନ ସ୍ଥିତି ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ବୌଦ୍ଧ ଜିଲ୍ଲାରେ ଚାଷ କାମ ପ୍ରଭାବିତ ହୋଇଛି।

ଆଜି ସୁଦ୍ଧା ରାଜ୍ୟର ୧୧ ଜିଲ୍ଲା ପୁରୀ, ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ତେବେ ପୁରୀ ଓ କେନ୍ଦ୍ରାପଡ଼ାରେ ସ୍ଥିତି ଅତି ଖରାପ ପୁରୀରେ ସ୍ୱାଭାବିକଠାରୁ ୫୫.୯ ଏବଂ କେନ୍ଦ୍ରାପଡ଼ାରେ ୩୯.୬ ପ୍ରତିଶତ କମ୍ ବର୍ଷା ହୋଇଛି।

ଜଗତସିଂପୁର, ଖୋର୍ଦ୍ଧା, ଯାଜପୁର ଏବଂ କଟକ ଜିଲ୍ଲାରେ ବି ସ୍ୱଳ୍ପ ବୃଷ୍ଟିପାତ ଚିନ୍ତା ବଢ଼ାଇଛି। ଜୁନ୍ ପହିଲାରୁ  ଆଜି ଯାଏଁ ରାଜ୍ୟରେ ମୋଟ ୪୧୭.୪ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୧୨.୫ ପ୍ରତିଶତ  କମ୍। ଆଗକୁ ଯଦି ଭଲ ବର୍ଷା ନହୁଏ, ତେବେ ଚାଷ କାମ ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢ଼ିଯାଇଛି।

ଏବର୍ଷ ସ୍ୱାଭାବିକ୍‌ରୁ ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଓଡ଼ିଶାରେ ବି ଭଲ ବର୍ଷା ହେବ ବୋଲି କୁହାଯାଇଥିଲା। ମୌସୁମୀ ଆରମ୍ଭରେ ବାରମ୍ବାର ଲଘୁଚାପ ଘଟି ଭଲ ଦିଚାରି ଅସରା ବି ବର୍ଷିଥିଲା। ତେବେ ଜୁଲାଇ ମାସରେ ବର୍ଷା ବଢ଼ିବା ବଦଳରେ ଏକ୍‌ଦମ୍ ଉଭାନ ହୋଇଯାଇଛି ମେଘ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like