ବାତ୍ୟାକୁ ଦେଖି ଗ୍ରାହକ ଛାନିଆ ; ପରିବା ବଜାରରୁ ପେଟ୍ରୋଲ ପମ୍ପ, ସବୁଠି ଭିଡ଼

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବ। ତେବେ ଏହା ପୂର୍ବରୁ ମାର୍କେଟରେ ଏହାର ଇଫେକ୍ଟ ଦେଖିବାକୁ ମିଳିଛି। ଆଳୁ, ପିଆଜ, ଚୁଡ଼ା, ଚାଉଳ ଓ କ୍ୟାଣ୍ଡେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ନେବା ପାଇଁ ବଜାରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଏପରି ଚିତ୍ର କେବଳ ଉପକୂଳ ନୁହେଁ, ରାଜ୍ୟର ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳିଛି।

ଆଜି ଦିନ ୧୦ଟା ବେଳକୁ କଟକ ଛତ୍ର ବଜାରରେ ଦେଖିବାକୁ ମିଳିଥିଲା ଅସ୍ୱାଭାବିକ ଭିଡ଼। ଗ୍ରୋସରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି କଟକ ମାଲଗୋଦାମରେ ମଧ୍ୟ ଲାଗିଥିଲା ଲୋକଙ୍କ ଗହଳି। ଠିକ୍‌ ସେମିତି ଦେଖିବାକୁ ମିଳିଥିଲା ବ୍ରହ୍ମପୁର ବଡ଼ ବଜାରରେ। ଆଳୁ, ପିଆଜ ଓ ଅନ୍ୟ କଞ୍ଚା ପରିବା ନେବାକୁ ଗ୍ରାହକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଏପଟେ ଲୋକଙ୍କ ବ୍ୟଗ୍ରତା ଓ ଚାହିଦାକୁ ଦେଖି ରେଟ୍‌ ପ୍ରତି ଆଖି ବୁଜି ଦେଇଥିଲେ କିଛି ଅସାଧୁ ବ୍ୟବସାୟୀ।

କଟକରେ ଆଳୁ କିଲୋଟିଏ ପାଇଁ ଗ୍ରାହକଙ୍କୁ ୨୭ ଟଙ୍କା ଦେବାକୁ ପଡ଼ିଥିଲା। ବ୍ରହ୍ମପୁରରେ ୪୦ ଟଙ୍କା ଦେବା ପରେ ମଧ୍ୟ ଆଳୁ ମିଳିନଥିବା ଅଭିଯୋଗ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବିଭିନ୍ନ ସପିଙ୍ଗ ମଲରେ ମଧ୍ୟ ବେଶ୍ ଗହଳି ଲାଗିଥିଲା।

ଏପଟେ ପେଟ୍ରୋଲ ଓ ଡିଜେଲ ପାଇଁ ବିଭିନ୍ନ ପଟ୍ରୋଲ ପମ୍ପରେ ଲାଗିଥିଲା ଲୋକଙ୍କ ଲମ୍ବା ଲାଇନ୍। ବାତ୍ୟା ପୂର୍ବରୁ ଗାଡ଼ିର ଟାଙ୍କି ଫୁଲ କରିବାକୁ ତେଲ ଟାଙ୍କିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଗ୍ରାହକ। ଅବଶ୍ୟ ରାଜ୍ୟର ଅନ୍ୟ ଅଞ୍ଚଳ ଅପେକ୍ଷା ରାଜଧାନୀବାସୀଙ୍କ ମଧ୍ୟରେ ତେଲ ପାଇଁ ଅଧିକ ବ୍ୟଗ୍ରତା ଦେଖିବାକୁ ମିଳିଥିଲା।

ବାତ୍ୟାକୁ ଦୃଷ୍ଟିରେ ରଖି କାଳେ ଅସାଧୁ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀକୁ ବେଆଇନ ଭାବେ ମହଜୁଦ ରଖିବେ, ସେ ଦିଗରେ ତ୍ୱରିତ ପଦକ୍ଷେପ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଯୋଗାଣ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଜିଲ୍ଲା ସ୍ତରରେ ଏହି ନିର୍ଦ୍ଦେଶ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ କରାଯିବ, ସେ ନେଇ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like