ଚୌଦ୍ୱାରର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ବୃଦ୍ଧା ମୃତ

କଟକ : କଟକ ଜିଲ୍ଲାରେ ଫୋନି ପ୍ରଭାବରେ ଆଉ ଜଣଙ୍କର ମୃତ୍ୟୁ। ଚୌଦ୍ୱାର ମହିଷାଲଣ୍ଡା ବନ୍ତ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀ ଦେହୁରୀ। ଗତକାଲି ଝଡ଼ବର୍ଷା ହେବାବେଳେ ଗାଁ ଲୋକେ ସମସ୍ତେ ଆଶ୍ରୟସ୍ଥଳୀକୁ ପଳାଇଥିଲେ।

ଲକ୍ଷ୍ମୀଙ୍କ ସ୍ୱାମୀ ମଧ୍ୟ ଘର ଛାଡ଼ି ପଳାଇଥିଲେ ; ହେଲେ କୌଣସି କାରଣରୁ ଲକ୍ଷ୍ମୀ ରହି ଯାଇଥିଲେ। ସକାଳୁ ପଡ଼ିଯାଇଥିବା କାନ୍ଥ ତଳୁ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

You might also like