ଫୋନିକୁ ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଣ ବିଭାଗ

ଭୁବନେଶ୍ୱର : ବାତ୍ୟା ଫୋନିକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଣ ବିଭାଗ। ଫୋନିକୁ ନେଇ ପ୍ରଭାବିତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଏବଂ କନ୍ଧମାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।  ଆସନ୍ତାକାଲି ଓ ୪ ତାରିଖ ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡ଼ା, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।  ୩ରୁ ୪ ତାରିଖ ମଧ୍ୟରେ ବୌଦ୍ଧ, କନ୍ଧମାଳ, ସମ୍ବଲପୁର ଏବଂ ଦେବଗଡ଼ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

You might also like