କ୍ଷୁଦ୍ର ବ୍ୟବସାୟୀଙ୍କ ପେଟରେ ଲାତ ମାରିଲା ‘ଫୋନି’  

ଭୁବନେଶ୍ୱର:  ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ପେଟପାଟଣା ଉପରେ ବି ଲାତ ମାରିଛି  ଫୋନି । ବ୍ୟବସାୟ ଠପ୍‌ ହୋଇଯାଇଥିବା ବେଳେ ଘରଦ୍ୱାର କିପରି ସମ୍ଭାଳିବେ ସେ ଚିନ୍ତା ଘାରିଛି।

ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗିଯାଇଛି, ତ ଆଉ କାହାର ଛପର ଉଡ଼ିଯାଇଛି। ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ସାମଗ୍ରୀ। ଏବେ ବିଜୁଳି ଓ ପାଣି ଅଭାବରୁ ବି ଅନେକ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଥିଲେ ବି ନିରୂପାୟ ।

ଭୁବନେଶ୍ୱର ୨ ନମ୍ବର ମାର୍କେଟ ଗଲେ ଦେଖିବାକୁ ମିଳୁଛି ରାସ୍ତା କଡ଼େକଡ଼େ ପ୍ରଳୟର ପଦଚିହ୍ନ । ଖିନଭିନ ହୋଇଯାଇଛି ଅନେକଙ୍କ ପେଟପାଟଣାର ଏକମାତ୍ର ସାହାରା। କେଉଁଠି ଦୋକାନ ଘର ଉପରେ ଗଛ ପଡ଼ିଛି, ତ  କେଉଁଠି  କାହାର ଛପର ଉଡ଼ିଯାଇଛି। ପୁଣି କେଉଁଠି କାହାର ପୁରା ଦୋକାନ ଭୁଶୁଡ଼ି ପଡ଼ିଛି ।

ଅନେକ କ୍ୟାବିନ୍ ପବନ ମାଡ଼ରେ ନିଶ୍ଚିହ୍ନ ହୋଇଯାଇଛି। ବର୍ଷାପାଣିରେ ଭିଜିଯାଇଛି ବିକ୍ରି ପାଇଁ ଥିବା ଲକ୍ଷାଧିକ ଟଙ୍କାର ଗଦି, ତକିଆ ଓ ଅନ୍ୟାନ୍ୟ ସାମଗ୍ରୀ। ବହି ଦୋକାନ ଆଗରେ ଶୁଖୁଛି ଶହଶହ ସଂଖ୍ୟାରେ ଓଦା ବହି।

ଅପରପକ୍ଷେ  ବିଜୁଳି ଓ ପାଣି ଅଭାବରୁ ରାସ୍ତା କଡ଼ରେ ଦହିବରା, ଆଳୁଦମ୍‌ ଦୋକାନୀଙ୍କ ଦେଖା ମିଳୁନଥିବା ବେଳେ ବରା ଗୁଗୁନି, ଦୋସା, ଇଡ଼ଲି ଦୋକାନ ବି ଖାଁ ଖାଁ।  ଅନ୍ୟପକ୍ଷେ  ଜୁସ୍ ଦୋକାନରେ ପଚିସଢ଼ି ଯାଉଛି ପେଟିପେଟି ଫଳ।

ଫୁଲ ଦୋକାନ ବି ଖାଲି। ଫୁଲ ଫଳ ସଂରକ୍ଷଣ ପାଇଁ ରେଫ୍ରିଜିରେଟର୍ କାମ କରୁନଥିବା ବେଳେ ଜୁସ୍ ମେସିନ୍ ବି ଅଚଳ। ତେଣୁ କେବଳ କ୍ଷୁଦ୍ର ବ୍ୟବସାୟୀ ନୁହନ୍ତି, ରାତି ପାହିଲେ ସେମାନଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକ, ବିଶେଷ କରି ଛାତ୍ରଛାତ୍ରୀମାନେ ଏଥିପାଇଁ ସମସ୍ୟା ଭୋଗୁଛନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like