• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି। ଗତକାଲି ରାତି ୧୧ଟାରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। କରୋନାରୁ ଭଲ ହୋଇଥିଲେ ବି କୋଭିଡ୍ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ। ଫଳରେ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଯୋଗୁ ତାଙ୍କର ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା। ତେଣୁ ତାଙ୍କୁ ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ରଖାଯାଇଥିଲା।

୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲା। ହେଲେ ସେହିଦିନ ରାତିରୁ ପୁଣି ଅକ୍ସିଜେନ୍ ସାଚୁରେସନ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଶରୀରରେ ଅମ୍ଲଜାନ ସ୍ତର ୪୦କୁ ଖସି ଆସିବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ୧୮ ତାରିଖ ଦିନ ଶରୀରରେ ଆହୁରି ଅମ୍ଲଜାନ ସ୍ତର କମିଥିଲା ଓ ତାଙ୍କ ଅବସ୍ଥା ଜଟିଳ ହୋଇ ଯାଇଥିଲା।

ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ତପୁଙ୍କ ଭଉଣୀ ଧ୍ରୁତି ଦୀପା କହିଥିଲେ। କୋଲାକାତା କିମ୍ବା ଚେନ୍ନାଇରେ ଯଦି, ତାଙ୍କ ଚିକିତ୍ସା କରାଯାଇପାରିଥିଲେ ତପୁ ସୁସ୍ଥ ହୋଇପାରିବେ ବୋଲି ତାଙ୍କ ଭଉଣୀ କହିଥିଲେ।

ତପୁ ଥିଲେ ଓଡ଼ିଶା ଫିଲ୍ମ ଏବଂ ଆଲବମ୍ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ସେ ଏକାଧିକ ହିଟ୍ ଗୀତ  ଗାଇଥିଲେ। ‘ଆଇ ଲଭ ୟୁ’, ‘ଚକୋଲେଟ’ ଭଳି ସୁପରହିଟ ଫିଲ୍ମରେ ସେ କଣ୍ଠଦାନ କରିଥିଲେ।

କିଛି ଦିନ ପୂର୍ବେ  ବାପାଙ୍କୁ ହରାଇଥିଲେ ତପୁ ମିଶ୍ର। ଉଭୟ ଓଡ଼ିଆ ସିନେମା ଓ ଆଲବମ ଜଗତରେ ବହୁ ହିଟ୍‌ ଗୀତ ଗାଈ ଦର୍ଶକଙ୍କ ପାଖରେ ଆଦୃତି ଲାଭ କରିଥିଲେ।

ତପୁଙ୍କ ବିୟୋଗରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

Famous-odia-singer-tapu-mishra-passes-away
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories