କରୋନା କଟକଣା ମଧ୍ୟରେ ଚଳିତ ଥର ହେବ ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

କଟକଣା ମଧ୍ୟରେ ହେବ ଯାତ୍ରା

ବ୍ରହ୍ମପୁର: ବାଦବିବାଦର ଅବସାନ ଘଟିଛି। ଏ ବର୍ଷ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ ବୋଲି ସୂଚନା ମିଳିଛି। ପ୍ରଶାସନ ଦେଇଥିବା ୭ ଦିନର ଅବଧି ଭିତରେ ହିଁ ହେବ ଯାତ୍ରା। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା। BMC କମିଶନରଙ୍କ ସହ ଆଲୋଚନା ପରେ ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି ଦେଶୀ ବେହେରା। ଏହାସହ ମିଳିଥିବା ସୂଚନା ଅନୁସାରେ,  ଆସନ୍ତାକାଲି ମଧ୍ୟରାତ୍ରରେ ଶୁଭ ଖୁଣ୍ଟି ଆସିବ ବୋଲି ଦେଶୀ ବେହେରା କହିଛନ୍ତି। ତେବେ ଯାତ୍ରାକୁ ନେଇ ବୈଠକ ବସିବା ପରେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ବିଏମସି କମିଶନର। କମିଶନର କହିଛନ୍ତି ଯେ,  କରୋନା କଟକଣାରେ ୭ ଦିନ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା। ଯାତ୍ରା ସୁରୁଖୁରୁରେ ଚାଲିଲେ ୭ ଦିନର ଅବଧି ବୃଦ୍ଧି ହୋଇପାରେ ବୋଲି କମିଶନର ସ୍ପଷ୍ଟ କରିଛନ୍ତି।

ତେବେ ଗତକାଲି ଯାତ୍ରା ବନ୍ଦ ହେବ ବୋଲି ଜଣାପଡିଥିଲା।ବିଏମସି କମିଶନର କୋଭିଡ଼ କଟକଣା ମଧ୍ୟରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପରେ ସଂକ୍ରମଣ ଆଶଙ୍କାରେ ଯାତ୍ରାକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ମିଳିଥିବା ଯାତ୍ରାର ଅବଧି ଏବଂ କୋଭିଡ ଗାଇଡଲାଇନରେ ଯାତ୍ରା ହୋଇପାରିବନି ବୋଲି ଯାତ୍ରା ପରିଚାଳନା ମୁଖ୍ୟ ଦେଶୀ ବେହେରା ସୂଚନା ଦେଇଥିଲେ।

ତେବେ ଆୟୋଜକ କହିଥିଲେ ଯେ, ରାଜ୍ୟରେ କରୋନା ବଢିବାରେ ଲାଗିଛି। ଆଉ ଏପରି ପରିସ୍ଥିତିରେ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। କରୋନା ପୁଣି ଥରେ କାୟା ବିସ୍ତାର କରୁଛି, ତେଣୁ ସବୁ ଆଡ଼କୁ ନଜରରେ ରଖି ପ୍ରଶାସନ ସହ ଆଲୋଚନା ପରେ ଏମିତି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସେପଟେ ବିଏମସି କମିଶନର କହିଥିଲେ ଯେ, ଯାତ୍ରା ଲାଗି ଆମେ ଦିନ କମାଇଥିଲୁ। ପୂର୍ବରୁ ୨୫ ଦିନ ଧରି ଏହି ଯାତ୍ରା ହେଉଥିଲା। କିନ୍ତୁ ଏବେ କରୋନା ପୁଣି ଥରେ ବଢୁଥିବାରୁ ଯାତ୍ରାକୁ କମ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ଏହାସହ ଯେପରି ଭାବରେ ପ୍ରତିଥର ମାଆ ପ୍ରତି ଗାଁକୁ ଯାଆନ୍ତି ଏଥର ତାହା ଉପରେ ମଧ୍ୟ କଟକଣା ଲାଗିଛି। କାରଣ ଏମିତି ଯାତ୍ରା ହେଲେ ଲୋକ ଏକତ୍ରୀତ ହେବେ ଆଉ କରୋନା ମଧ୍ୟ ବ୍ୟାପିପାରେ। ତେଣୁ କରୋନା କେମିତି ନବ୍ୟାପିବ ସେନେଇ ପଦକ୍ଷେପ ନିଆଯାଉଥିବା କମିଶନର କହିଥିଲେ। କିନ୍ତୁ ଆଜି ପୁଣି ଥରେ ବୈଠକ ପରେ ଯାତ୍ରା ହେବ ବୋଲି ସୂଚନା ମିଳିଛି।

You might also like