ଦୁବାଇରୁ ଆସିପାରୁନି ଓଡ଼ିଆ ଶ୍ରମିକଙ୍କ ଶବ

ପଦକ୍ଷେପ ଲାଗି ବୈୟୟନ୍ତଙ୍କୁ ଗ୍ରାମବାସୀଙ୍କ ନିବେଦନ

କେନ୍ଦ୍ରାପଡ଼ା  : ଦୁବାଇକୁ ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପରେ ଆସିପାରୁନି ଶବ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଧାନଗର ଗାଁର ଦୁଃଶାସନ ପାତ୍ର ବୋଲି ଜଣାପଡ଼ିଛି।

ଗତ ୩୧ ତାରିଖରେ ଦୁଃଶାସନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ନେଇ ଫୋନ ଆସିଥିଲା। ଘଟଣାକୁ ୮ ଦିନ ବିତିଥିଲେ ବି ଶବ ଆସିନଥିବାରୁ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି। ଦୁଃଶାସନଙ୍କ ମୃତଦେହ ଫେରାଇ ଆଣିବା ଲାଗି ଗ୍ରାମବାସୀ ଓ ତାଙ୍କ ପରିବାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି।

ଏ ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇବେ ବୋଲି କହିଛନ୍ତି ଆଳି ତହସିଲଦାର।

 

 

 

You might also like