କରୋନା ଭୟରେ ମିଳିଲାନି କାନ୍ଧ; ଟ୍ରଲିରେ ଶବକୁ ବୋହିଲେ ପରିବାର ଲୋକେ

କୋଣାର୍କ: କରୋନା ଭାଇରସ ଭୟ ମଣିଷକୁ ଯେତିକି ସନ୍ତ୍ରସ୍ତ କରି ଦେଇଛି ତାଠାରୁ ବେଶି ବିପର୍ଯ୍ୟସ୍ତ କରିଦେଇଛି କରୋନା ସନ୍ଦେହ । କରୋନାର ସନ୍ଦେହ ମଣିଷ ଜୀବନକୁ ଭାରାକ୍ରାନ୍ତ କରିଦେଲାଣି। ଏଥିପାଇଁ ଦୂରେଇ ଯାଉଛନ୍ତି ଆପଣାର ଲୋକ। ନିଜର ଲୋକ ସବୁ ହୋଇ ଯାଉଛନ୍ତି ସାତ ପର। କେଉଁଠି ମୃତ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧ ମଣିଷକୁ ମିଳୁନି ଟିକିଏ ଆଶ୍ୱସନାର ହାତ ତ କେଉଁଠି ମୃତ ଯୁବକଙ୍କ ଶବକୁ ମିଳୁନି କାନ୍ଧ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ।

କରୋନା ଭୟରେ ଜଣେ ଯୁବକଙ୍କ ଶବକୁ କାନ୍ଧ ଦେବାକୁ ରାଜି ହେଲେନି ଗାଁ ଲୋକେ । ଶେଷରେ ଏନଏସି କର୍ତ୍ତୃପକ୍ଷଙ୍କ ସହଯୋଗରେ ନିଜ ପରିବାର ଲୋକେ ପିପିଅଇ କିଟ ପିନ୍ଧି ଟ୍ରଲିରେ ବୋହି ଶବ ସତ୍କାର କରିଛନ୍ତି ।

ମାଙ୍କରଗୋରଡ଼ି ଗ୍ରାମରେ ଗାଁର ସନାତନ ରାଉତଙ୍କ ଏକ ମାତ୍ର ପୁଅ ସାଧୁଆ ଜିଛିଦିନ ହେଲା ଜ୍ୱରରେ ପୀଡିତ ହୋଇଥିଲେ । ଗତ ୩  ତାରିଖରେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତାଙ୍କୁ ଟାଇଫଏଡ଼ ଚିକିତ୍ସା କରିବା ସହ କୋଭିଡ ପରୀକ୍ଷା ପାଇଁ ପୁରୀ ରେଫର କରିଥିଲେ । ୪ ତାରିଖରେ ପୁରୀ ମେଡିକାଲରେ ଓପିଡି ବନ୍ଦ ଥିବାରୁ ତାଙ୍କୁ ଫେରାଇ ଦେଇଥିଲେ।  ସେଠାରୁ ଫେରିବା ପରେ  ସେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସକାଳ ୬ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏକମାତ୍ର ପୁଅର ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଥିବାବେଳେ ଆଉ  ଏକ ସମସ୍ୟା ଦେଖା ଦେଇଥିଲା। ସାଧୁଆଙ୍କ ଶବକୁ ଉଠାଇବା ପାଇଁ ସାଇ, ଭାଇ କୁଟୁମ୍ବ କେହି କାନ୍ଧ ଦେଇ ନ ଥିଲେ। ପୁଅର ଅନ୍ତିମ ସତ୍କାର କିପରି କରିବେ ସେ ନେଇ ଚିନ୍ତାରେ ପଡ଼ିଥିବାବେଳେ  ତାଙ୍କ ଶବ ଉଠାଇବା ପାଇଁ କୁଟୁମ୍ବ କିମ୍ବା ଗାଁ ଲୋକେ କରୋନା ଭୟରେ କେହି ଆସି ନଥିଲେ । ପୁଅର ଅନ୍ତିମ ସତ୍କାର କିପରି କରିବେ ସେ ନେଇ ପରିବାର ଲୋକ ଚିନ୍ତାରେ ଥିବାବେଳେ  ଏନଏସି କର୍ତ୍ତୃପକ୍ଷ ସାହାଯ୍ୟର ହାତ ବଢାଇଥିଲେ।  ଏନଏସି କର୍ତ୍ତୃପକ୍ଷ ପିପିଇ କିଟ ଯୋଗାଇବା ପରେ ସାଧୁଆଙ୍କ ପରିବାର ଏବଂ ସମ୍ପର୍କୀୟ ଗାଁ ମଶାଣିରେ ଶବ ସତ୍କାର କରିଥିଲେ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

You might also like