କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ ବାହାରେ ପରିବାର ଲୋକଙ୍କ ଧାରଣା

କଳାହାଣ୍ଡି(ରାଜ୍‌ କୁମାର ସିଂ ଦେଓ): କଳାହାଣ୍ଡି ଜିଲ୍ଲାର ଜଣେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ। ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ପରିବାର ଲୋକେ କୋଭିଡ ହସ୍ପିଟାଲ ବାହାରେ ଧାରଣା ଦେଇଛନ୍ତି।

ମୃତକ ଜଣକ ଭବାନୀପାଟଣା ଉପକଣ୍ଠ  କଷାକେନ୍ଧୁ ଗାଁର ବିରେନ୍ଦ୍ର। ସେ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଚିହ୍ନଟ ପରେ  କୋଭିଡ୍  ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ୪ ଘଣ୍ଟା ବିଳମ୍ଵ କରାଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ଗୁରୁତର ରୋଗୀ ବିରେନ୍ଦ୍ର କୋଭିଡ ହସ୍ପିଟାଲ  ପହଞ୍ଚିବା ପରେ ବି ଆମ୍ବୁଲାନ୍ସରୁ କୋଭିଡ ହସ୍ପିଟାଲକୁ ଆଡମିସନ ପାଇଁ ସହଯୋଗ କରାଯାଇ ନ ଥିବା ଅଭିଯୋଗକରି କୋଭିଡ ହସ୍ପିଟାଲକୁ ଦାୟୀ କରିଛନ୍ତି ପରିବାର। ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ ହସ୍ପିଟାଲ ଦାୟିତ୍ଵରେ ଥିବା ଡ଼ାକ୍ତର ଓ ନର୍ସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ପରିବାର ସଦସ୍ୟ  ହସ୍ପିଟାଲ ସାମ୍ନାରେ ଧାରଣ ଦେଇଛନ୍ତି। ପୁଲିସ ବୁଝାସୁଝା ଜାରି ରହିଛି।

 

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like