”ବାପା ଘରକୁ ଯିବାକୁ ଦିଅ, ନହେଲେ ଆତ୍ମହତ୍ୟା କରିବି’
ବିବାହର ଚାରି ଦିନ ପରେ ଶ୍ୱଶୁର ଘର ଛାଡ଼ିବାକୁ ଜିଦ୍ ଧରିଲା ବୋହୂ
ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଜିଦରେ ଅଟଳ ବୋହୂକୁ ବାପଘରକୁ ଛାଡିଲେ ଶ୍ୱଶୁର ଘର ଲୋକେ । ଶ୍ୱଶୁର ଘର ଛାଡ଼ିବାକୁ ଯିଦ୍ ଧରିଥିବା ବୋହୂକୁ ଶେଷରେ ଆପୋଷ ବୁଝାମଣା ପରେ ଛାଡିଛନ୍ତି ଶ୍ୱଶୁର ଘର ଲୋକେ। ଏପରି ଅଭାବନୀୟ ଘଟଣା ଘଟିଥିଲା ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ ।
ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ବୋହୂ ଶ୍ୱଶୁର ଘରେ ରହିବାକୁ ମନା କରିଥିଲା । ବାପଘରକୁ ନଗଲେ ବୋହୂ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଥିଲା ପରେ ଶ୍ୱଶୁର ଘର ଲୋକଙ୍କ ଅକଲ ଗୁଡ଼ମ ହୋଇଯାଇଥିଲା। ବୋହୂର ବାପ ଘର ଲୋକଙ୍କୁ ଫୋନ୍ କରି ଡାକିବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।
ବିବାଦର ସମାଧାନ ନହେବା ପରେ ଶେଷରେ ବୋହୂର ବାପଘର ଲୋକଙ୍କୁ ଅଟକ ରଖାଯାଇଥିଲା । କନ୍ୟା ଘରର ୯ ଜଣ ଲୋକଙ୍କୁ ନିଜ ଘରେ ଅଟକ ରଖି ଆଲୋଚନା କରାଯାଇଥିଲା॥ ବିବାହରେ ହୋଇଥବା ଖର୍ଚ୍ଚ ଫେରାଇବା ସହ ଆଇନଗତ ଦିଗରେ ଏହାର ସମାଧାନ କରିବାକୁ ଅଡ଼ି ବସିଥିଲେ ଶ୍ୱଶୁର ଘର ଲୋକେ । ଶେଷରେ ଏନେଇ ଆଲୋଚନା ପରେ ବୋହୂ ତାଙ୍କ ବାପଘରକୁ ଫେରିଥିବା ସୂଚନା ମିଳିଛି ।
#ନୀଳଗିରି_ମାଧପୁର_ଅଞ୍ଚଳରେ_ଅଭାବନୀୟ_ଘଟଣା
ବାହାଘରର ୪ ଦିନ ପରେ ଶ୍ୱଶୁର ଘର ଛାଡ଼ିବାକୁ ଯିଦ୍ ଧରିଲେ ବୋହୂ, ପରିସ୍ଥିତି ଏପରି ହେଲା ଯେ, ପୁଅ ଘରେ ଅଟକ ରହିଲେ ଝିଅ ଘର । pic.twitter.com/nT1yIh6YlL— ଓଟିଭି (@otvkhabar) March 9, 2021
ଚତୁର୍ଥୀ ଦିନ ସ୍ୱାମୀର ମୁଣ୍ଡ ଛୁଇଁ, ଗୋଡ଼ ଧରି କାକୁତି ମିନତି ହୋଇଥିବା କଥା ପ୍ରକାଶ କରିଛନ୍ତି ନବବିବାହିତାଙ୍କ ସ୍ୱାମୀ। ଆଉ ଜଣକୁ ଭଲପାଇଛି, ମୋତେ ଯିବାକୁ ଦିଅ ନେହେଲେ ବିଷ ଖାଇ ମରିଯିବି ବୋଲି କହିଥିଲାଲେ। ଆଗରୁ କଥାବାର୍ତ୍ତା ହୋଇଥିଲେ ବି ପୁରୁଣା ସମ୍ପର୍କ ବିଷୟରେ କିଛି କହିନଥିଲେ। ଆଠ ବର୍ଷର ଭଲ ପାଇବା ସମ୍ପର୍କରେ ଏବେ ଜାଣିଛି ବୋଲି କହିଛନ୍ତି।
ସେପଟେ ନବବିବାହିତା ଜଣକ କହିଛନ୍ତି, ମୋ ଅନିଚ୍ଛା ସତ୍ତ୍ୱେ ବାହାଘର କରାଯାଇଛି । ମୁଁ ଗୋଟିଏ ବି ମୁହୂର୍ତ୍ତ ଏଠାରେ ରହିବାକୁ ଚାହୁଁନି। ମୋତେ ପିଟି ପିଟି ମାରିଦେଲେ ବି ମୁଁ ରହିବିନି । ମୋତେ ଘରକୁ ଯିବାକୁ ଦିଅ।
ତେବେ ଏସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି ବୋହୂର ବାପା। ଝଗଡ଼ା ହୋଇଥିବା କହି ଶ୍ୱଶୁର ଘରକୁ ଡକାଇଥିଲେ। ଅନ୍ୟପଟେ ଟଙ୍କା ଦେଲେ ଶ୍ୱଶୁର ଘର ଲୋକ ବୋହୂକୁ ଛାଡ଼ିବେ ବୋଲି ଯୁକ୍ତି ବାଢ଼ିଥିଲେ ।
ଆହୁରି ପଢନ୍ତୁ : ମହିଳା ଦିବସର ଦିନକ ପୂର୍ବରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ