ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ: ମୃତକଙ୍କୁ ବଞ୍ଚାଇବାକୁ ଡାକ୍ତରଖାନାରେ ଝଡ଼ାଫୁଙ୍କା

ଉଦଳା (ମାନସ ପାଣି): ପୁଣି ସାମ୍ନାକୁ ଆସିଲା ଡାକ୍ତରଖାନାରେ ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର ସହାୟତା ନେଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଘଟଣା ଘଟିଛି। ମେଡ଼ିକାଲ କର୍ମଚାରୀ ଓ ପୁଲିସ୍‌ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲେ ମଧ୍ୟ ସେମାନେ ନୀରବଦ୍ରଷ୍ଟା ସାଜିଥିଲେ।

ସୂଚନା ଅନୁସାରେ, ଗତକାଲି କାଠପାଳ ଗାଁର ଆରତୀ ମାଝୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆରତୀଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ମଧ୍ୟ ପରିବାର ଲୋକେ ଗୁଣିଆ ଡାକି ମେଡିକାଲ ଓ୍ୱାର୍ଡ ଭିତରେ ଝଡ଼ାଫୁଙ୍କା କରାଇ ଥିଲେ। ପ୍ରାୟ ଅଧ ଘଣ୍ଟା ସମୟ ଧରି ଏଭଳି ଝଡ଼ାଫୁଙ୍କା ଚାଲିଥିଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like