କାନ୍ଧରେ ଶବ ବୋହି ୨ କି.ମି ଚାଲିଲେ

ପୁଣି ଶବକୁ ଅସମ୍ମାନ

  ସୁବର୍ଣ୍ଣପୁର : ମୃତଦେହକୁ  ସମ୍ମାନ ଜଣାଇ ଠିକଣା ଜାଗାରେ ପହଞ୍ଚାଇବା ଲାଗି ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହୋଇଛି। ପ୍ରତି ମେଡିକାଲରେ ଥିବା ଏହି ଗାଡ଼ି ଦ୍ୱାରା ମୃତକଙ୍କୁ ତାଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବାକୁ ସରକାର ପ୍ରଣୟନ କରିଛନ୍ତି ଯୋଜନା। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି। ଫଳରେ ଶୁକ୍ରବାର ରାତିରେ କାନ୍ଧରେ ଶବକୁ. ବୋହି ଦୀର୍ଘ ୨ କି.ମି ନେଇଛନ୍ତି ସମ୍ପର୍କୀୟମାନ । ଏଥିଯୋଗୁ ସେମାନ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ  ଦୀର୍ଘ ସମୟ ଅସନ୍ତୋଷ ଦେଖାଦେଇଛି।  

ଶୁକ୍ରବାର ଅପରାହ୍ନରେ ବିନିକା ବ୍ଲକ ଚେରୁପାଲି ଛକରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା I ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ଉଭୟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁବର୍ଣ୍ଣପୁର- ବିନିକା  ରାସ୍ତା  ଦୀର୍ଘ ସମୟ ଅବରୋଧ କରିଥିଲେ। ଖବର ପାଇ  ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ୍‌ ହଟିଥିଲା। ଏହାପରେ ବ୍ୟବଚ୍ଛେଦ ନିମନ୍ତେ ମୃତକଙ୍କୁ ଡାକ୍ତରଖାନା ନେବାକୁ ପରିବାର ଲୋକେ ରାଜି ହୋଇଥିଲା।

ବିନିକା ଡାକ୍ତରଖାନାରେ କିନ୍ତୁ  ମହାପ୍ରୟାଣ ଗାଡି ନ ଥିବା ଜଣାପଡିଲା। ଶେଷରେ ମୃତକଙ୍କ ପରିବାର ଲୋକେ ଡାକ୍ତରଖାନା ଯାଇ ଏକ ଷ୍ଟ୍ରେଚର ଓ ଗଦି ଆଣଥିଲେ। ଜଣେ ମୃତକଙ୍କୁ ଷ୍ଟ୍ରେଚରରେ ଓ ଅନ୍ୟ ଜଣଙ୍କୁ ଗଦିରେ ବୋହି ବୋହି ସେମାନେ ନେଇଥିଲେ । ସେମାନେ ଦୁଇ କିଲୋମିଟର ଧରି ବିନିକା-ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ଦେଇ ଯିବା ପରେ ବିନିକା ଡାକ୍ତରଖାନାରେ ପହଞ୍ଚିଥିଲେ।  ବିଭିନ୍ନ ଯୋଜନା ସତ୍ତ୍ୱେ ଶବକୁ ଅସମ୍ମାନ ଘଟଣା ଥମିବା ନାଁ ନେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like