ଜୟପୁର( ଟି.ଗୌରୀ ଶଙ୍କର) : ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲରେ ବୁହା ହେଲା ମୃତଦେହ। ମେଡିକାଲରୁ କୌଣସି ସହାୟତା କିମ୍ବା ଆମ୍ବୁଲାନ୍ସ ନମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ମୃତଦେହ ନେଇ ବ୍ୟବଚ୍ଛେଦ କରାଇଛନ୍ତି।
ଏହି ଘଟଣା ଘଟିଛି ଜୟପୁର କୁନ୍ଦୁରା ବ୍ଲକ୍ରେ। ଗତ ରବିବାର ବଜ୍ରାଘାତରେ କୁନ୍ଦୁରା ବ୍ଳକ୍ କାଉଡିଆଗୁଡ଼ା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ି ମିଳିନଥିଲା। ତେଣୁ ପରିବାର ଲୋକେ ମୋଟର ସାଇକେଲରେ ଯୁବକଙ୍କ ମୃତଦେହକୁ ମେଡିକାଲ ନେଇଥିଲେ।
https://youtu.be/-dxnWBknGpM