ଜଗତସିଂହପୁରରେ ନକଲି ଜର୍ଦ୍ଦା କାରଖାନା ଠାବ
ଜଗତସିଂହପୁର: ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଏହି କାରଖାନା ଚାଲୁଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ଚଢ଼ାଉ କରିଥିଲା। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନକଲି ଜର୍ଦ୍ଦା, ମେସିନ୍, ଲେବେଲ୍, ଜର୍ଦ୍ଦା ଡବା ଓ ଏକ କାର୍ ଜବତ କରିଛି। ତେବେ ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତି ଅଛନ୍ତି ସେନେଇ ପୁଲିସ୍ […]
ଜଗତସିଂହପୁର: ଜଗତସିଂହପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଛି। ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରେ ଏହି କାରଖାନା ଚାଲୁଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍ ଟିମ୍ ଚଢ଼ାଉ କରିଥିଲା।
ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ନକଲି ଜର୍ଦ୍ଦା, ମେସିନ୍, ଲେବେଲ୍, ଜର୍ଦ୍ଦା ଡବା ଓ ଏକ କାର୍ ଜବତ କରିଛି।
ତେବେ ଏହି ଘଟଣାରେ ଆଉ କିଏ ସବୁ ସଂପୃକ୍ତି ଅଛନ୍ତି ସେନେଇ ପୁଲିସ୍ ତଦନ୍ତ ଚଳାଇଛି।