ଜୟପୁରରେ ନକଲି ମସଲା କାରଖାନା ଠାବ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ସହରର ପିଆର ପେଟାର ଚତୁର୍ଥ ଲେନ୍‌ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡ୍‌ର ଲେବଲ୍ ମରାଯାଇଥିବା ନକଲି ମସଲା ପୁଲିସ୍ ଜବତ କରିଛି ।

ଏଥିସହ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

You might also like