• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ କରାଯାଇଛି। ଗତକାଲି ରାତିରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍‌ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍‌ ସହ କଣ୍ଟାବାଞ୍ଜି ପୁଲିସ୍ ସହରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲେ।

ଚଢଉ ସମୟରେ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ତେବେ କେତେ ପରିମାଣର ନକଲି ସାମଗ୍ରୀ ବାହାରିଲା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

କଣ୍ଟାବାଞ୍ଜି ସହରରେ ଅନେକ ଦିନରୁ ନକଲି ସାମଗ୍ରୀ ମିଳୁଥିବା ନେଇ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍‌ କମ୍ପାନୀ ପାଖରେ ଅଭିଯୋଗ ହୋଇଥିଲା। ଏହାପରେ କମ୍ପାନୀର କର୍ମଚାରୀ ନିଜେ ଗ୍ରାହକ ସାଜି ଦୋକାନରୁ ସାମଗ୍ରୀ  କିଣି ଥିଲେ। ଏହି ସାମଗ୍ରୀ ନକଲି ବାହାରିଥିବା ଜାଣିବା ପରେ ସେହି ଦୋକାନ ଗୁଡ଼ିକରେ ପୁଲିସ୍‌ ସହାୟତାରେ ଚଢ଼ାଉ କରାଯାଇଥିଲା ।

୨୦୦୮ ମସିହାରେ କଣ୍ଟାବାଞ୍ଜି ସହରରେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ହୋଇଥିଲା। ଏବେ ପୁଣି ନକଲି ସାମଗ୍ରୀ କଣ୍ଟାବାଞ୍ଜିରେ ବିକ୍ରି ହେଉଥିବାରୁ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

https://youtu.be/h9ycChpz8PI

Fake-shampoos-face-wash-seized-during-raids-in-bolangir-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories