ଓଟିଭି ଲୋଗୋ ଲଗାଇ ଫେକ୍ ନ୍ୟୁଜ ଭାଇରାଲ

ଭୁବନେଶ୍ୱର: ଓଟିଭି ଲୋଗୋ ବ୍ୟବହାର କରି ପୁଣି ସୋସିଆଲ ମିଡିଆରେ ପ୍ରସାର କରାଯାଉଛି ଫେକ୍ ନ୍ୟୁଜ। କଟକ ଜିଲ୍ଲାରେ ଚତୁର୍ଥ ପଜିଟିଭ ବାହାରିବା ନେଇ ମିଛ ଖବରକୁ ଓଟିଭିର ଗ୍ରାଫିକ୍ସ ଓ ଲୋଗୋ ବ୍ୟବହାର କରି ସୋସିଆଲ ମିଡିଆରେ ପ୍ରସାରଣ କରାଯାଉଛି।

କଟକ ଜିଲ୍ଲାରେ ହାଇଆଲର୍ଟ ଖବର ମଧ୍ୟ ସଂପୂର୍ଣ୍ଣ ମିଥ୍ୟା।  ଏଭଳି କୌଣସି ଖବର ଓଟିଭିରେ ପ୍ରସାରଣ ହୋଇନାହିଁ। ତେଣୁ ଏହି ଖବରକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ମଧ୍ୟ ଓଟିଭି ଲୋଗୋ ବ୍ୟବହାର କରି ଏଭଳି ଫେକ୍ ନ୍ୟୁଜ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା।

ଏହି ଘଟଣାରେ ବରଗଡ଼ ପୋଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଥିଲା। ସେଭଳି ଓଟିଭି ଗ୍ରାଫିକ୍ସ ବ୍ୟବହାର କରି ଫେକ୍ ନ୍ୟୁଜ ପ୍ରସାର ଅଭିଯୋଗରେ ଯାଜପୁର ଜିଲ୍ଲାରୁ ଜଣକୁ ଗିରଫ କରାଯାଇଥିଲା।

 

You might also like