ବ୍ରହ୍ମପୁର ସଟ୍ଡାଉନ୍ ଖବର ମିଛ: ଓଟିଭି
ଭୁବନେଶ୍ୱର: ଓଟିଭି ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଛି ମିଛ ଖବର। ଓଟିଭି ଚଳିତ ବର୍ଷ ବ୍ରହ୍ମପୁର ସହର ସଟ୍ଡାଉନ୍ ନେଇ କୌଣସି ଖବର ପ୍ରସାରଣ କରିନାହିଁ।
#ବ୍ରହ୍ମପୁର_ସଟ୍ଡାଉନ୍_ଖବର_ମିଛ#OTV ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି ସୋସିଆଲ ମିଡିଆରେ ବ୍ରହ୍ମପୁର ସହର ସଟଡାଉନ୍ ନେଇ ପ୍ରସାରିତ ହେଉଥିବା ଖବର ମିଛ #FakeNews #Odisha pic.twitter.com/r4imfQV7Zp
— ଓଟିଭି (@otvkhabar) March 21, 2021
କେବଳ ଓଟିଭି ପ୍ଲାଟ୍ଫର୍ମ ନୁହେଁ, ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ବି ଏଭଳି ଖବର ପ୍ରସାରିତ ହୋଇନାହିଁ।
It’s false news.. just we got known through social media..there is no announcement regarding shutdown of Berhampur. @CMO_Odisha pic.twitter.com/qWhqKLr3lX
— Collector & District Magistrate, Ganjam (@Ganjam_Admin) March 21, 2021
କିନ୍ତୁ ଓଟିଭି ଗ୍ରାଫିକ୍ସ ଓ ଲୋଗୋକୁ ବ୍ୟବହାର କରି କେହି ମନ୍ଦ ଉଦେଶ୍ୟ ରଖି ଏଭଳି ମିଛ ଖବର ସୋସିଆଲ୍ ମିଡିଆରେ ଭାଇରାଲ କରୁଛନ୍ତି। ଯାହା ନିନ୍ଦନୀୟ ଓ ଆଇନତଃ ଅପରାଧ। ଏଭଳି ଫେ୍କ୍ ନ୍ୟୁଜକୁ ବିଶ୍ୱାସ କରନ୍ତୁ ନାହିଁ। ଏହି ଫେକ୍ ନ୍ୟୁଜ୍ ସୋସିଆଲ୍ ମିଡିଆରୁ ମିଳିଥିବା ଦର୍ଶାଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି। ଏହା ମିଛ ଖବର ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।