• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସୁନ୍ଦରଗଡ଼(ବିଜୟ ବରୁଆ): ଧରାପଡ଼ିଲେ ନକଲି ଡାକ୍ତରାଣୀ। ଦିନେ ନୁହେଁ କି ଦୁଇଦିନ ନୁହେଁ, ଜଣେ ନକଲି ଡାକ୍ତରାଣୀ ଦୀର୍ଘ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିକିତ୍ସା କରୁଥିଲେ। ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ସରଞ୍ଜାମ ରଖି ପରୀକ୍ଷା ମଧ୍ୟ କରୁଥିଲେ। ମଙ୍ଗଳବାର ଏଭଳି ଜଣେ ନକଲି ଡାକ୍ତରାଣୀଙ୍କ କ୍ଲିନିକକୁ ସିଜ୍ କରିଛନ୍ତି ସୁନ୍ଦରଗଡ଼ ସିଡିଏମ୍‌ଓ। ଏପରିକି ନକଲି ଡାକ୍ତର ଶ୍ରୀମତୀ ସିମ୍ରନଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଡାକ୍ତରୀ ସାର୍ଟିଫିକେଟ ନଥାଇ ଡାକ୍ତରାଣୀ ଜଣଙ୍କ ପ୍ରଥମେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ପୁରୁଣାପାଣି ଅଞ୍ଚଳରେ କ୍ଲିନିକ କରିଥିଲେ। ଦୀର୍ଘ ବର୍ଷ ଧରି ସେଠାରେ ନିଜର ବ୍ୟବସାୟ କଲାପରେ ଲୋକଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେ ସେହି ସ୍ଥାନ ଛାଡ଼ି ବିରମିତ୍ରପୁର ଚାଲିଆସିଥିଲେ। ସେଠାରେ ଏକ ଘର ଭଡ଼ା ନେଇ “ମଦର ଆଣ୍ଡ୍‌ ଚାଇଲ୍‌ଡ କେୟାର” ନାମକ କ୍ଲିନିକ ଆରମ୍ଭ କରିଥିଲେ। ଏଥିପାଇଁ ଲକ୍ଷ୍ମୀ ମେଡିସନ ନାମକ ଜଣେ ଔଷଧ ଦୋକାନୀ ତାଙ୍କୁ ସହଯୋଗ କରିଥିଲେ। ତେବେ ସେଠାରେ ମଧ୍ୟ କିଛି ଲୋକ ତାଙ୍କୁ ସନ୍ଦେହ କରିବା ପରେ ସିଡିଏମ୍ଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମଙ୍ଗଳବାର ସିଡିଏମ୍ଓଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ କ୍ଲିନିକରେ ଚଢଉ କରି ଅଲ୍‌ଟ୍ରାସାଉଣ୍ଡ ମେସିନ, ବିଭିନ୍ନ ଡାକ୍ତରୀ ଯନ୍ତ୍ରପାତି, ଔଷଧ ଓ ଅନ୍ୟାନ୍ୟ ଡାକ୍ତରୀ କାଗଜପତ୍ର ଜବତ କରିଥିଲା।

Fake-lady-doctor-caught-after-practising-for-years
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories