ଜିଲ୍ଲାପାଳ ଓ ଏସ୍ପିଙ୍କ ନାଁରେ ଫେସ୍ବୁକ୍ରେ ଫେକ୍ ଆଇଡି
ବରଗଡ଼: ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ଏସ୍ପି ପଦ୍ମିନୀ ସାହୁଙ୍କ ନାଁରେ ଫେସ୍ବୁକ୍ରେ ଫେକ୍ ଆଇଡି। ଜଣେ ଅଜଣା ବ୍ୟକ୍ତି ଫେସ୍ବୁକ୍ରେ ଏହି ଫେକ୍ ଆକାଉଣ୍ଟ୍ କରି ଏହାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ଦୁର୍ବୃତ୍ତ ଜଣକ ଫେକ୍ ଆକାଉଣ୍ଟ୍ରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଫଟୋ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ପୁଲିସ୍।