ଭୁବନେଶ୍ୱର: ରାଜଧାନୀରେ ନକଲି ତେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଅଂଚଳରେ ଏକ ଛୋଟ ଘରେ ନକଲି ତେଲ ତିଆରି ହେଉଥିଲା। ଖବର ପାଇ ପୁଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଏଥିସହିତ ତେଲ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ, ତେଲ, ପ୍ଲାଷ୍ଟିକ ବୋତଲ, ଠିପି ଏବଂ ବିଭିନ୍ନ ବ୍ରାଣ୍ଡର ଲେବଲ ଜବତ ହୋଇଛି। କେବଳ ସେତିକି ନୁହେଁ ନକଲି ତେଲ ପାଇଁ ଆବଶ୍ୟକ ହେଉଥିବା ୫୦ରୁ ୬୦ ଟିଣ ରିଫାଇଣ୍ଡ ତେଲ ଜବତ କରିଛି ପୁଲିସ।
ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ଛୋଟ ଘରେ ବିଭିନ୍ନ କମ୍ପାନୀ ନାଁରେ ରାଶିତେଲ, ଜଡାତେଲ ଓ ପୂଜା ପାଇଁ ଘିଅ ପ୍ରସ୍ତୁତ ହେଉଥିଲା। ବଜାର ଦର ଠାରୁ ବହୁତ କମ ଦରରେ ଏହି ତେଲ ବିକ୍ରି ହେଉଥିଲା। ନକଲି ତେଲ କାରବାର ନେଇ ପୁଲିସକୁ ଖବର ମିଳିବା ପରେ ଚଢ଼ାଉ କରିଥିଲା ପୁଲିସ।
ତେବେ କେଉଁଆଡ଼େ ଏ ଜିନିଷ ଯାଉଥିଲା, କେତେ ବର୍ଷ ଧରି ଏଠାରେ ଏହି କାରବାର ଚାଲିଛି, ଏହି କାରବାର ପଛରେ କାହାର ହାତ ରହିଛି ସେସବୁର ଖୋଳତାଡ଼ କରୁଛି ପୁଲିସ।
https://youtu.be/coaLArE02s0