ମିଛ ଏମ୍‌ବିବିଏସ୍ ସାର୍ଟିଫିକେଟରେ ଚାକିରୀ ; ନକଲି ଡାକ୍ତର ଫେରାର

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି। ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରିବା ଘଟଣା ଏବେ ସାମନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସଂପୃକ୍ତ ଡାକ୍ତର ଫେରାର ହୋଇଯାଇଛନ୍ତି।

ସୂଚନା ମୁତାବକ,  ପଦ୍ମନାଭ ମୁଖି ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରେ ନୂଆଗାଁ ଅଞ୍ଚଳରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ବେଳେ ସେ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିବାର ମିଛ ପ୍ରମାଣପତ୍ର ଦାଖଲ କରିଥିଲେ। ସେ ଏହା ପୂର୍ବରୁ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରିଥିଲେ। ଏସବୁ ସ୍ଥାନରେ ପ୍ରମାଣ ପତ୍ର ନେଇ ଖୋଳତାଡ଼ ଆରମ୍ଭ ହେବାରୁ ଚାକିରୀ ଛାଡ଼ି ଦେଇଥିଲେ।

ଶେଷରେ ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଇଥିଲେ। ତିନି ବର୍ଷ ହେଲା ରୋଗୀସେବା କରିବା ସହ ଦରମା ମଧ୍ୟ ନେଇଥିଲେ। ଏବେ ପ୍ରମାଣପତ୍ର ଯାଞ୍ଚ ହେବାରୁ ସେ ଫେରାର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like