ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ନୟାଗଡ଼: ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ। ନକଲି ଟଙ୍କା ଦେଇ ଗାଡ଼ି କିଣିବା ଉଦ୍ୟମ ବେଳେ ଧରିଲା ପୋଲିସ୍। ଶୋ ରୁମ୍‌ରେ ୧.୨୫ ଲକ୍ଷର ୨ ଯୁବକ ନକଲି ନୋଟ୍ ଦେଇଥିଲେ। ସନ୍ଦେହ ହେବାରୁ ପୋଲିସ୍‌କୁ ଖବର ଦେଇଥିଲେ ସୋରୁମ୍ ମାଲିକ।

ତେବେ ଟଙ୍କା ନକଲି ଜଣାପଡ଼ିବାରୁ ପୋଲିସ୍ ୨ ଜଣଙ୍କୁ ଥାନାକୁ ନେଇଥିଲା। ୨ ଜଣଙ୍କ ମଧ୍ୟରୁ ଜଣେ ନକଲି ଟଙ୍କା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି। ନକଲି ଟଙ୍କା ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଘର ଖଣ୍ଡପଡ଼ା ଥାନା କୋସ୍କାରେ ବୋଲି ଜମାପଡ଼ିଛି।

ନୟାଗଡ଼ରେ ଘରଭଡ଼ା ନେଇ ନକଲି ଟଙ୍କା ତିଆରି କରୁଥିଲେ। ଭଡ଼ା ଘରୁ ଲାପ୍‌ଟପ୍, କମ୍ପ୍ୟୁଟର, ପ୍ରିଣ୍ଟର, ନୋଟ୍ କାଗଜ ଜବତ ହୋଇଛି।

You might also like