ନକଲି ସୁନା ବିସ୍କୁଟ ଦେଇ ଅସଲି ଟଙ୍କା ହଡପ କରୁଥିବା ଗ୍ୟାଙ୍ଗ ଠାବ

ରାଜଧାନୀରେ ଅଭିନବ ଢଙ୍ଗରେ ଠକେଇ

ଭୁବନେଶ୍ୱର : ଦୁଇଗୁଣା ଟଙ୍କା ଦେବା ପାଇଁ  କହି କିମ୍ବା ମାଟି ତଳୁ ମିଳିଥିବା ସୁନାକୁ କମ୍‌ ଦାମରେ ଦେବା ପାଇଁ କହି ଫୋନ କଲ ଆସୁଛି କି ? ତେବେ ସାବଧାନ, କାରଣ କେତେ ବେଳେ ବି  ଆପଣ ଠକେଇ ଗ୍ୟାଙ୍ଗ ଜାଲରେ ପଡି ପାରନ୍ତି।

ପୁଲା ପୁଳା ଟଙ୍କା। ଅସଲି ଭଳି ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହା ନକଲି।  ନକଲି ୨୦୦୦ ଓ ୧୦୦ ଟଙ୍କିଆ ନୋଟ । ନକଲି ସୁନା ବିସ୍କୁଟ ଦେଇ ଅସଲି ଟଙ୍କା ହଡପ କରୁଥିବା ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ସ୍ପେଶାଲ ସ୍କାର୍ଡ।

ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ଠକେଇ କରାଯାଇଛି। ଡିଲ ସମୟରେ ପୁଲିସ କବଜାରେ ଧରାପଡିଛି ଏହି ଗ୍ୟାଙ୍ଗ।  ଖୋଳତାଡ଼ ପରେ ଅଭିଯୁକ୍ତଙ୍କ ଠାରୁ ପୁଳାପୁଳା ନକଲି ଟଙ୍କା ଜବତ ହୋଇଛି।

ନକଲି ଟଙ୍କା ଦେଇ ଅସଲି ଟଙ୍କା ହଡପ କରେ ଗ୍ୟାଙ୍ଗ।  ଅସଲି ଓ ନକଲି ଟଙ୍କାଗୁଡିକୁ ମିଶାଇ ଏପରି ପ୍ୟାକିଂ କରିଥାଅନ୍ତି ଯେମିତି କାହା ମନରେ ସନ୍ଦେହ ସୃଷ୍ଟି ହେବନି।    ତାସହ ମାଟିତଳୁ ମିଳିଥିବା ସୁନାକୁ ଅଳ୍ପଦାମରେ ଦେବାକୁ କହି ଲୋକଙ୍କୁ ଚୁନ ଲଗାଉଥିଲେ।  ଅଭିଯୁକ୍ତଙ୍କଠାରୁ ଜବତ ୧୧୦ ପିସ୍  ସୁନା ବିସ୍କୁଟ ମଧ୍ୟ ନକଲି।  ତେବେ ଅଭିଯୁକ୍ତଙ୍କଠାରୁ ୭ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହି ଗ୍ୟାଙ୍ଗର ପୂର୍ବରୁ ଦୁଇ ଜଣ ଧରାପଡିଥିବା ବେଳେ ଏବେ ଆଉ ଜଣଙ୍କୁ ପୁଲିସ ଗିରଫ କରିଛି।

ପୂର୍ବରୁ ଏହି ଗ୍ୟାଙ୍ଗ ୨୦୧୨ରେ ପୁରୀରେ ନକଲି ସୁନା ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଫେରାର ରହିଥିଲା। ଏହି ଗ୍ୟାଙ୍ଗ ଓଡିଶା, ଝାଡଖଣ୍ଡ, ଓ ପଶ୍ଚିମବଙ୍ଗରେ ତାର ଅପରେସନ ଜାରି ରଖି ଲୋକଙ୍କୁ ଠକେଇ କରୁଥିଲା।  ପ୍ରଲୋଭନର ଜାଲ ବିଛାଇ , ବିଶ୍ୱାସ ଜନ୍ମାଇ ଟଙ୍କା ଚୁନା ଲଗାଇବାରେ ସଫଳ ହେଉଥିଲା ଏହି  ଗ୍ୟାଙ୍ଗ।

ଏଠି ପ୍ରଶ୍ନ ଉଠିଛି, ରାଜ୍ୟରେ କେତେ ଲୋକଙ୍କୁ ଏପରି ଠକେଇ କରଛି ଏହି ଗ୍ୟାଙ୍ଗ?

ଡିଲ ବେଳେ ପୁଲିସ ଆସିଲା କହି ଭ୍ରମ ସୃଷ୍ଟି କରି ଘଟଣାସ୍ଥଳରୁ ଫେରାର ହେଉଥିଲା ଏହି  ଗ୍ୟାଙ୍ଗ। ହେଲେ ସବୁ ଚାଲ ଫେଲ ମାରିଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like