୧୦୪କୁ ଫେକ୍‌ କଲ୍: “ମାଡାମ୍‌ ପ୍ଲିଜ, ଆପଣଙ୍କ ନାଁ କୁହନ୍ତୁ…ଆଇ ଲଭ ୟୁ”

ଭୁବନେଶ୍ୱର: କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି।  

ଫେକ୍‌ କଲ୍-୧: ଜଣେ ବ୍ୟକ୍ତି ୧୦୪କୁ ଫୋନ କରି କଲ୍ ଉଠାଇଥିବା କର୍ମଚାରୀଙ୍କ ନାଁ ପଚାରୁଥିବା ଘଟଣା ସାମ୍ନାକୁ ଆସିଛି l ସେ ଫୋନ କରି କହିଛନ୍ତି, “ମାଡାମ ପ୍ଲିଜ ପ୍ଲିଜ ଆପଣଙ୍କ ନାଁ କୁହନ୍ତୁ…” l

ଫେକ୍‌ କଲ୍-୨: ଆଉ ଜଣେ ବ୍ୟକ୍ତି ଫୋନ କରି କହିଛନ୍ତି, ଆମ ଆଡେ କରୋନା ହେଇଗଲାଣି, ପୂରା ମାଡ଼ଗୋଳ…”l

ତା’ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି, “ମୁଁ ତୁମକୁ ଭଲ ପାଏ…ଆଇ ଲଭ ୟୁ…”l

ଫେକ୍‌ କଲ୍-୩: ସେହିପରି ଆଉ ଜଣେ ବ୍ୟକ୍ତି ଫୋନ କରି କହିଛନ୍ତି, “ମାଡାମ ନମସ୍କାର, ଗୋଟିଏ ଅସୁବିଧା ହୋଇଯାଇଛି, ମୁଁ ଡାଲି ଛୁଙ୍କ କରୁଥିବାବେଳେ ବିରାଟ ବଡ଼ ଛିଙ୍କ ହେଲା ଆଉ…ମତେ ଭାରି ଡର ଲାଗୁଛି” l

ଏମିତି କିଛି ଲୋକ ୧୦୪କୁ କଲ କରି ହଇରାଣ କରିବା ସହ ଥଟ୍ଟାମଜା କରୁଛନ୍ତିl ଏହି ଘଟଣାକୁ ନେଇ ପ୍ରଥମେ ଆମେ ଆମର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରିଥିଲୁl ଏବେ ସୁଦ୍ଧା ଏହି ପୋଷ୍ଟକୁ ୧୧ହଜାରରୁ ଅଧିକ ଲୋକ ଶେଆର କରିଥିବା ବେଳେ ପାଖାପାଖି ୯ ଲକ୍ଷ ଲୋକ ଏହି ପୋଷ୍ଟକୁ ଦେଖିଛନ୍ତି । ସେହିପରି ପାଖାପାଖି ୩ ହଜାର ଲୋକ କମେଣ୍ଟସ ଦେଇଛନ୍ତି l

କଲ କରି ହଇରାଣ କରୁଥିବା ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମେଣ୍ଟସ ଦେଇ ଅନେକ ଲୋକ ସେମାନଙ୍କର ମତାମତ ଦେଇଛନ୍ତି l

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like