ଭଦ୍ରକ ଜିଲ୍ଲାପାଳଙ୍କ ନାମରେ ଫେକ ଆଇଡି ଖୋଲି ଟଙ୍କା ମାଗୁଛନ୍ତି ଅଜଣା ବ୍ୟକ୍ତି

ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଆକାଉଂଟ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଫେସବୁକରେ ନକଲି ଆଇଡି, କିନ୍ତୁ ଫଟୋ ଅସଲି । ପୁଣି ଫେକ ଆଇଡି ଖୋଲିଲା ଜିଲ୍ଲାପାଳଙ୍କ ନାମରେ । ଲୋକଙ୍କୁ ବନ୍ଧୁ ହେବା ପାଇଁ ଫ୍ରେଣ୍ଡସ Request ପଠାଉଛି ପୁଣି ଆବଶ୍ୟକ ଅଛି କହି ଟଙ୍କା ମାଗୁଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ସେ ପୁଣି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନାଁରେ । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳ ଅଛନ୍ତି ଡକ୍ଟର ଜ୍ଞାନ ଦାସ । କିନ୍ତୁ ଜିଲ୍ଲାପାଳଙ୍କ ଫୋଟକୁ ବ୍ୟବହାର କରି କେହି ଅଜଣା ଦୁର୍ବୃତ୍ତ ଏକ ଫେସବୁକ ଆକାଉଣ୍ଟ ଖୋଲିଛି । ପ୍ରୋଫାଇଲରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଫୋଟୋ ରଖି ସାଙ୍ଗଙ୍କୁ ଟଙ୍କା ମାଗୁଛି ।

ଅତି ଆବଶ୍ୟକ ଥିବା କହି ଗୁଗୁଲ ପେରେ ଟଙ୍କା ପଠାଇବା ପାଇଁ କହୁଛି । ଏହି ଘଟଣା ପରେ ଭଦ୍ରକ ଜିଲ୍ଲାପାଳଙ୍କୁ ତାଙ୍କର ବନ୍ଧୁ ଅବଗତ କରିବା ପରେ ଡକ୍ଟର ଜ୍ଞାନ ଦାସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ନେଇ ସୂଚନା ଦେଇଛନ୍ତି । ତେବେ ଯଦି ଏମିତି ଘଟଣା କାହାସହ ହୁଏ ତେବେ କୌଣସି ପ୍ରକାରରେ ଟଙ୍କା ନ ଦେବା ସହ ସେହି ଆଇଡିକୁ ଇଗନୋର କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

You might also like