ଆଇପିଏସ୍ ଅଫିସର ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ

ଭୁବନେଶ୍ୱର: ଆଇପିଏସ୍ ଅଫିସର ତଥା ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲା ଯାଇଛି। ଏନେଇ ଡିଆଇଜି ଅନୁପ ସାହୁ ଖୋଦ୍‌ ଏହି ସୂଚନା ଦେଇଛନ୍ତି।

କେହି ଦୁର୍ବୃତ୍ତ ଫେସବୁକରେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଆକାଉଣ୍ଟର ପ୍ରୋଫାଇଲରେ ୟୁନିଫର୍ମରେ ଥିବା ଅନୁପଙ୍କ ଫଟୋ ମଧ୍ୟ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି।

 

ଏହି ଆକାଉଣ୍ଟର ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆସିଲେ ଗ୍ରହଣ ନ କରିବାକୁ ଅନୁପ ସାହୁ ଅନୁରୋଧ କରିଛନ୍ତି।

You might also like