ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

ଭୁବନେଶ୍ୱର : ରାତାରାତି ଗୋରା ହେବା ପାଇଁ ଉଦ୍ୟମ କରୁଛନ୍ତି କି ? ଆକର୍ଷଣୀୟ ବିଜ୍ଞାପନରେ ପଡ଼ି ଚେହେରାରେ ଲଗାଉଛନ୍ତି କି ଔଷଧୀୟ କ୍ରିମ୍ ? ତାହେଲେ ସାବଧାନ୍।

କାରଣ ଯେଉଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀ ଆପଣ ବ୍ୟବହାର କରୁଛନ୍ତି, ହୁଏତ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ କରିଦେଇପାରେ ବରବାଦ୍ । ଗୋରା ହେବା ପାଇଁ ବ୍ୟବହାର କରୁଥିବା କ୍ରିମ୍ ବିଗାଡ଼ି ଦେଇପାରେ ଆପଣଙ୍କ ମୁଖମଣ୍ଡଳକୁ। ଯାହାର ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । ନାମୀ ଦାମୀ ବ୍ରାଣ୍ଡର ଔଷଧୀୟ କ୍ରିମ୍ ତିଆରି କରି ବିକ୍ରି କରୁଥିବା ଭୁବନେଶ୍ୱର ବମିଖାଲ ଅଞ୍ଚଳର ଟରକ୍ୟୁ ଫାର୍ମାସ୍ୟୁଟିକାଲ୍ ଉପରେ ଡ୍ରଗ୍ସ କଣ୍ଟ୍ରୋଲ କରିଛନ୍ତି ଚଢ଼ଉ। ଆଉ ୯ଟି ନମୂନାକୁ ସଂଗ୍ରହ କରି ପଠାଯାଇଛି ଲାବ୍ରୋଟୋରୀକୁ ।

ତାସହ ମାମଲା ରୁଜୁ କରି ଏସବୁ କ୍ରିମ୍ ବ୍ୟବସାୟ ଉପରେ ନଜର ରଖିବାକୁ ଡ୍ରଗ୍ ଇନସ୍‌ପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର।

ସହର ହେଉ କି ଗାଁ ଗଣ୍ଡା । ସବୁଠି ମିଳୁଛି ହାତ ପାଆନ୍ତାରେ ଏହି ଔଷଧୀୟ କ୍ରିମ୍‌। ତାପୁଣି ଡ୍ରଗ୍ସ ଆଣ୍ଡ ମ୍ୟାଜିକ ରିମେଡିଜ୍-୧୯୫୪ ଆଇନର ଉଲଂଘନ କରି ଔଷଧ ଦୋକାନରେ ବିକ୍ରି ହେଉଛି ଖୁଲମଖୁଲ୍ଲା। ବିଶେଷଜ୍ଞଙ୍କ କହିବା କଥା, ଏହା କୌଣସି ପ୍ରସାଧନ ସାମଗ୍ରୀ ନୁହେଁ, ଏହା ଏକ ଔଷଧ। ଯାହାକୁ କୌଣସି ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ବିନା ପରାମର୍ଶରେ ବ୍ୟବହାର କରିବା ଅନୁଚିତ। ନଚେତ୍ ଏସବୁ ଔଷଧୀୟ କ୍ରିମ୍ ଚର୍ମ ଉପରେ ପ୍ରଭାବ ପକାଇବା ସହ କର୍କଟ ରୋଗର କାରଣ ବି ସାଜିପାରେ।

ତେବେ ସଚେତନତାର ଅଭାବ ହେଉ କିମ୍ବା ଲୋଭନୀୟ ବିଜ୍ଞାପନ ଚକ୍କରରେ ପଡ଼ି, ଲୋକେ କିନ୍ତୁ ବ୍ୟବହାର କରୁଛନ୍ତି। ଯାହାର ସୁଯୋଗ ନେଇ ଡ୍ରଗ୍ସ ଲାଇସେନ୍ସ ନଥିବା ହୋଲସେଲର ଏବଂ ରିଟେଲରଙ୍କୁ ବିକ୍ରି କରୁଛନ୍ତି ବିଭିନ୍ନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ । ଏହାର ଖୁଲାସା ପରେ ଏବେ ଅନ୍ୟ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ସ୍କାନରରେ ।

ସେପଟେ ଟରକ୍ୟୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ କହିଛି, ଏ ସମ୍ପର୍କରେ ନୋଟିସ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।  ତେବେ ଏସବୁ ଔଷଧୀୟ କ୍ରିମ୍‌କୁ ଯଦି ବେଆଇନ ଭାବେ ବିକ୍ରି କରାଯାଉଥିଲା, ତାହେଲେ କାହିଁକି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲ୍‌ର ? ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ।

ଦେଖନ୍ତୁ ଭିଡ଼ିଓ –

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like