ମଡର୍ଣ୍ଣ ପ୍ରେମ, ସଡନ୍‌ ବାହାଘର

ସୋର: ଫେସବୁକ୍‌ରେ ଗଢ଼ି ଉଠିଲା ସମ୍ପର୍କ। ସମ୍ପର୍କରୁ ପ୍ରେମ ଆଉ ତା’ପରେ ଦେଖା ସାକ୍ଷାତ। ହେଲେ ପ୍ରେମିକ କ’ଣ ଜାଣିଥିଲେ ଏହି ଦେଖାସାକ୍ଷାତ ଏମିତି ମହଙ୍ଗା ପଡ଼ିବ ବୋଲି ! ଲୁଚିଛପି ଦେଖା କରିବାକୁ ଆସିଥିବା ପ୍ରେମିକଙ୍କୁ  ଗାଁ ଲୋକେ ଧରି ଜୋରଜବରଦସ୍ତ ବାହାଘର କରାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି।

ସୂଚନା ଅନୁସାରେ, ଗୁଲୁଣିଆ ଗାଁର ଜଣେ ଯୁବତୀ ଏବଂ କୁବାବୁପାଟଣାର ଜଣେ ଯୁବକଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍‌ରେ ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତା ପରେ ଦେଖାସାକ୍ଷାତ ବି ଚାଲିଥିଲା।

ଘଟଣାକ୍ରମରେ ଯୁବକ ଜଣକ ବାରମ୍ବାର ଯୁବତୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସୁଥିଲେ। ଗତକାଲି ମଧ୍ୟ ଘରେ କେହି ନ ଥିବାବେଳେ ଆସିଥିଲେ। ହେଲେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।  ଗାଁ ଲୋକେ ଉଭୟଙ୍କୁ ଧରି ଗତ ରାତିରେ ବିବାହ କରାଇ ଦେଇଥିଲେ। ଅବଶ୍ୟ ବିବାହ ପୂର୍ବରୁ ଦୁଇ ପରିବାର ସଦସ୍ୟଙ୍କ ଅନୁମତି ନେଇଥିଲେ ଏବଂ ସହମତି ବିବାହର ଆୟୋଜନ ହୋଇଥିଲା। 

ତେବେ ଏନେଇ ଭଭୟ ଯୁବକ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like