• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଅଣ୍ଟା ଭାଙ୍ଗି ଦେଇଛି ‘ଫୋନି’ । ଆଖି ସାମ୍ନାରେ ଭାସି ଯାଉଛି ପୃଥିବୀର ଏକ ବିଦୀର୍ଣ୍ଣ ଚେହେରା। ଉଜୁଡ଼ି ଯାଇଛି ଘର, ଉପୁଡି ଯାଇଛି ଗଛ। ହଜି ଯାଇଛି ମଣିଷ ମୁହଁରୁ ହସ। ସବୁକିଛି ଧ୍ୱଂସ କରି ଦେଇଛି ପ୍ରକୃତିର ଏହି ତାଣ୍ଡବ।

ଆମକୁ ଏସବୁକୁ ସାମ୍ନା କରିବାକୁ ପଡ଼ିବ। ଅଣ୍ଟା ସଳଖି ପୁଣି ଠିଆ ହେବାକୁ ପଡ଼ିବ। ଏପରି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁଠାରୁ ବଡ ଶକ୍ତି ହେଲା ଧୈର୍ଯ୍ୟ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ।  ଉଜୁଡ଼ା ଜୀବନକୁ ସଜାଡ଼ିବା ଏତେ ଶିଘ୍ର ସମ୍ଭବ ନୁହେଁ। ତେଣୁ ସ୍ୱଚ୍ଛନ୍ଦ ଜୀବନ, ସ୍ୱାଦିଷ୍ଟ ଖାଦ୍ୟ ଏସବୁ ଉପରେ ଗୁରୁତ୍ୱ ନ ଦେଇ କେମିତି ଜୀବନଧାରାକୁ ସହଜ କରିବା ସେଥିପାଇଁ ଉଦ୍ୟମ କରିବାର ବେଳ ଆସିଯାଇଛି। ପ୍ରଶାସନ ଆସିବ, କରିବ ... ଅପେକ୍ଷା ନ କରି ଆମ ଦ୍ୱାରା କଣ ହୋଇ ପାରିବ ସେ ବିଷୟରେ ଚିନ୍ତା କରନ୍ତୁ।

ଇତି ମଧ୍ୟରେ ଯାନବାହନ ଚଳାଚଳ କିଛିଟା ସ୍ୱାଭାବିକ ହୋଇଛି। ତେବେ ବିଦ୍ୟୁତ୍‌ ଓ ପାଣି ସମସ୍ୟା ଘାରିଛି ଲୋକଙ୍କୁ। ତା ସାଙ୍ଗକୁ ଆହୁରି କୋପ ସାଧୁଛି ତାତି। ଫ୍ୟାନ, ଏସିରେ ଅଭ୍ୟସ୍ତ ଲୋକେ  ବିନା ଲାଇନରେ ଛଟପଟ ହୋଇ ପଡୁଛନ୍ତି।  ଅନ୍ଧକାରର ସୁଯୋଗ ନେଇ ବହୁ ଲୁଟତରାଜ ମଧ୍ୟ ହେଉଛି। ତେଣୁ ଏପରି ସ୍ଥିତିରେ କିପରି ସତର୍କତାମୂଳକ ପଦକ୍ଷେପ ନେବେ ଜାଣନ୍ତୁ।

ଜାଣନ୍ତୁ କିପରି ରହିବେ ସୁରକ୍ଷିତ, କ’ଣ ନେବେ ପଦକ୍ଷେପ...

    • ନିଜ ଘର ପାଖ ସଫା ରଖନ୍ତୁ। ପାଖ ପଡ଼ୋଶୀଙ୍କ ସହ ମିଶି ଯେତିକି ସମ୍ଭବ, ଉପୁଡି ଯାଇଥିବା ଗଛକୁ କାଟି ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରନ୍ତୁ।
    • ରିଲିଫ ସାମଗ୍ରୀ ନେବାବେଳେ ଧାଡିରେ ଠିଆ ହୁଅନ୍ତୁ। ଏହି ସମୟରେ ଗଣ୍ଡଗୋଳ, ଧାରଣା, ରାସ୍ତା ଅବରୋଧ ଇତ୍ୟାଦିଠାରୁ ଦୂରେଇ ରୁହନ୍ତୁ। କାରଣ ଏହାଦ୍ୱାରା ପ୍ରଶାସନ ପୁନରୁଦ୍ଧାର କାମ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
    • ଆବଶକୀୟ କାଗଜପତ୍ର ଓ ମୂଲ୍ୟବାନ ସାମଗ୍ରୀ ଆଦିକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।
    • ମହମବତି, ଦିଆସିଲ ପାଖରେ ରଖନ୍ତୁ।
    • ଆବଶ୍ୟକୀୟ ମେଡ଼ିସିନ୍ ସାଇତି ରଖନ୍ତୁ।
    • ଏବେ ବଜାରରେ ସବୁ ଜିନିଷ ସହଜରେ ଉପଲବ୍ଧ ହେଉନଥିବାରୁ  ଖାଇବା ପାଇଁ ଘରେ ଶୁଖିଲା ଖାଦ୍ୟ ଯେମିତି ବିସ୍କୁଟ, ପାଉଁରୁଟି, ଚୂଡ଼ା ଓ ଗୁଡ଼ ଆଦି ରଖନ୍ତୁ।
    • ଛୋଟ ଛୁଆଙ୍କ ଖାଦ୍ୟ ଓ ଔଷଧକୁ ପ୍ରାଥମିକତା ଦିଅନ୍ତୁ।
    • ବୟସ୍କ କିମ୍ବା ଛୋଟ ପିଲାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
    • ଲଣ୍ଠନରେ କିରୋସିନ ଭର୍ତ୍ତି କରି ଦିଅନ୍ତୁ। ଯଦି ଆପଣଙ୍କର ସୋଲାର ପ୍ଲେଟ ଅଛି ତେବେ ଏହାକୁ ଚାର୍ଜ କରି ଏଲିଡି ବଲ୍‌ବ ଲଗାଇ ପାରିବେ।
    • ଅସୁରକ୍ଷିତ ଘର, ଅଧା ଉପୁଡି ଯାଇଥିବା ଗଛ ନିକଟକୁ ଯାଆନ୍ତୁ ନାହିଁ।
    • ଭଙ୍ଗା ବିଦ୍ୟୁତ୍ ଖୁଣ୍ଟ ଓ ତାରଠାରୁ ଦୂରେଇ ରୁହନ୍ତୁ।
    • ବିଶୁଦ୍ଧ ପାଣି ପିଇବାକୁ ମିଳୁନଥିବାରୁ ମହାମାରୀ ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଯଥାସମ୍ଭବ ପାଣିକୁ ଫୁଟାଇ ପିଅନ୍ତୁ।
    • ଏପରି ବିପତ୍ତି ସମୟରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଶିଖନ୍ତୁ। ସରକାରୀ ସୂଚନାକୁ ପ୍ରାଥମିକତା ଦିଅନ୍ତୁ। ଅଜଣା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ। ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ।
Face-all-the-problems-with-patience
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories