ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।
ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା।
ସେହିପରି ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୫, ଦାରିଙ୍ଗିବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣା ୬.୫, କେନ୍ଦୁଝର ୬.୬, ଝାରସୁଗୁଡ଼ା ୭.୩, ସମ୍ବଲପୁର ୭.୪, ବଲାଙ୍ଗିର ୮, ବାଲେଶ୍ୱର ୮.୬, କଟକରେ ୮.୮, ସୁନ୍ଦରଗଡ଼ ଓ ବାରିପଦାରେ ୯ ଓ କୋରାପୁଟରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ବରଫପାତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।