ଲୋପ ପାଇବ ଏକାମ୍ର କାନନ ଉଦ୍ୟାନ !

ଭୁବନେଶ୍ୱର: ଏକାମ୍ର କାନନ ଉଦ୍ୟାନକୁ ଜିଏ ଡିପାର୍ଟମେଣ୍ଟକୁ ହସ୍ତାନ୍ତର ନେଇ ସରକାର ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣି ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଏହି ଜମିକୁ ହଡ଼ପ କରିବା ପାଇଁ ସରକାର ଯେଉଁ ଉଦ୍ୟମ ଚଳାଇଛନ୍ତି, ତାକୁ କେବେବି କରାଇ ଦିଆଯିବନାହିଁ ବୋଲି ସେ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆହୁରି  ମଧ୍ୟ ଅଭିଯୋଗ କରିଛନ୍ତି ଯେ ସରକାର ୨୦ ବର୍ଷ ହେଲା ଏହି ଉଦ୍ୟାନର ରକ୍ଷଣାବେକ୍ଷଣ କରିନାହାନ୍ତି। ଏବେ ଜିଏ ଡିପାର୍ଟମେଣ୍ଟକୁ  ହସ୍ତାନ୍ତର କରି ସମଗ୍ର ଜମିକୁ ବ୍ୟବସାୟିକ ପ୍ରତିଷ୍ଠାନ ହାତରେ ଶାଗମାଛ ଦରରେ ଟେକିଦେଉଥିବା ସେ ଅଭିଯୋଗ କରିଛନ୍ତି।

ଏହା ହେଲେ ହଜାର ହଜାର ପ୍ରଜାତିର ଗଛ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଗତ ୧୩ ତାରିଖରେ ଉଦ୍ୟାନକୃଷି ନିର୍ଦ୍ଦେଶକ, ଏକାମ୍ର କାନନ ସହକାରୀ ନିର୍ଦ୍ଦେଶକଙ୍କୁ ୨୬ ଏକର ଜାଗାରୁ ୨୦ ଏକର ୧୯୨ ଡିସିମିଲ୍ ଜିଏ ଡିପାର୍ଟମେଣ୍ଟକୁ ଫେରାଇବା ନେଇ ଚି ଠି ଲେଖିଥିଲେ। ପୂର୍ବରୁ  ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଏବଂ ପରିବେଶବିତ ମଧ୍ୟ ଏଭଳି ପ୍ରସ୍ତାବକୁ ବିରୋଧ କରିଥିଲେ।

ସେପଟେ ବିଜେପି ମଧ୍ୟ ଏକାମ୍ରକାନନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ରାଜଧାନୀ ମଝିରେ ଜଙ୍ଗଲ ନଷ୍ଟ କରିବାର କଣ ଆବଶ୍ୟକତା ପଡ଼ଲା ବୋଲି ପ୍ରଶ୍ନ କରିଛନ୍ତି। ଏଥି ସହିତ ସରକାର ଏକାମ୍ର କାନନ ବାବଦରେ ସ୍ପଷ୍ଟ ଚିତ୍ର ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

You might also like