ବଢିଲା ସ୍ୱତନ୍ତ୍ର ଓଜେଇଇ ଅନଲାଇନ୍ ଆବେଦନ ଓ ଫି ଦାଖଲର ଅବଧି

ଭୁବନେଶ୍ୱର: କରୋନା କଟକଣା ଭିତରେ ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତିର ଖବର।  ସ୍ୱତନ୍ତ୍ର ଓଜେଇଇର ଅନଲାଇନ୍ ପାଇଁ ଆବେଦନ ଓ ଫି ଦାଖଲର ଅବଧି ବୃଦ୍ଧି କରାଯାଇଛି ।

କୋଭିଡ୍ ସ୍ଥିତି ଲାଗି ବି. ଟେକ୍ ସ୍ପେଶାଲ ଓଜେଇଇ ପାଇଁ ଅନଲାଇନ୍ ଆପ୍ଲିକେସନ ଦାଖଲ କରିବାର ଶେଷ ତାରିଖ ଜୁନ୍ ମାସ ୩୦ ତାରିଖ ଯାଏଁ ବୃଦ୍ଧି ହୋଇଛି।

ସେହିଭଳି ଅନଲାଇନ୍ ଆବେଦନ ଫି ଭରିବାର ଶେଷ ତାରିଖ ଜୁଲାଇ ୫ ତାରିଖ ଯାଏଁ ବୃଦ୍ଧି ଘୋଷଣା କରାଯାଇିଛି । ଅନଲାଇନ୍ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ଓ ଆଡମିଟ୍ କାର୍ଡ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

You might also like