ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ହୋଇଛି। ଏହି ଟ୍ରକରେ ୫୦ଟି ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ୧୦ ହଜାର ଡେଟୋନେଟର, ୩୮ ବଣ୍ଡୋଲ୍ କୋଟେକ୍ସ ଏବଂ ୧୫ହଜାର ୨ଶହ ଜିଲୋଟିନ୍ ଆଦି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।  ଏସବୁ ସାମଗ୍ରୀର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଟ୍ରକ୍ ସହ ଏକ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଖବର ଅନୁସାରେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଚିଲିକାତଲମ୍‌ରୁ ସେମିଳିଗୁଡ଼ା ଯାଉଥିଲା। ଏସବୁ କିଏ ପଠାଇଥିଲା, କାହା ପାଖକୁ ଯାଉଥିଲା, ପୁଲିସ୍ ତାର ତଦନ୍ତ କରୁଛି।

You might also like